www.samajalive.in
Saturday, December 13, 2025
14.1 C
Bhubaneswar

ବିଶ୍ବକପ ସେମିରେ ଭାରତର ପରାଜୟ ସହି ନ ପାରି ବିଷ ପିଇଲେ ଯୁବକ

କଳାହାଣ୍ଡି : ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ବୁଧବାର ହୋଇଥିବା ବିଶ୍ୱକପ ସେମିଫାଇନାଲରେ ଭାରତ ପରାସ୍ତ ହେବା କାରଣରୁ କଳାହାଣ୍ଡି ଜିଲାର ଜଣେ ଯୁବକ ଗୁରୁବାର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଯୁବକ ଜଣକ ହେଉଛନ୍ତି ଗୋଲମୁଣ୍ଡା ବ୍ଲକ୍ ଅନ୍ତର୍ଗତ ନୂଆଗାଁ ଗ୍ରାମ ପଞ୍ଚାୟତ ସିଙ୍ଗଭାଡ଼ି ଗାଁର ସମ୍ବାରୁ ଭୋଇ।
ସୂଚନା ଅନୁସାରେ, ବୁଧବାର ଭାରତ ନ୍ୟୁଜିଲାଣ୍ଡଠାରୁ ପରାଜିତ ହେବା ପରେ ବିଶ୍ବକପରୁ ବାଦ୍ ପଡ଼ିଥିଲା, ଯାହାକୁ ସମ୍ବାରୁ ସହ୍ୟ କରିପାରି ନ ଥିଲେ। ସେ ଅତ୍ୟଧିକ ଭାବ ପ୍ରବଣ ହୋଇ ଆଜି ସକାଳେ ବିଷ ପିଇ ଦେଇଥିଲେ। ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଧର୍ମଗଡ଼ ଡାକ୍ତରଖାନାକୁ ନେଇଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଧର୍ମଗଡ଼ ଡାକ୍ତରଖାନାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

Hot this week

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

Related Articles

Popular Categories