www.samajalive.in
Saturday, December 13, 2025
14.1 C
Bhubaneswar

ରେଲୱେର ୨.୯୪ ଲକ୍ଷ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଛି: ରେଳମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ରେଲୱେରେ ୨୦୧୯ ଜୁନ ୧ ତାରିଖ ସୁଦ୍ଧା ୨ଲକ୍ଷ ୯୮ ହଜାରରୁ ଅଧିକ ପଦବୀ ଖାଲିପଡ଼ିଛି। ସେଗୁଡ଼ିକ ମଧ୍ୟରୁ ୨ଲକ୍ଷ ୯୪ ହଜାର ପଦବୀ ପୂରଣ ଲାଗି ରେଲୱେ ପକ୍ଷରୁ ନିଯୁକ୍ତି ପ୍ରକ୍ରିୟା ଚାଲୁ ରହିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ବୁଧବାର କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଲୋକସଭାରେ ସୂଚନା ଦେଇ କହିଛନ୍ତି, ଗତ ୧୦ବର୍ଷ ମଧ୍ୟରେ ରେଲୱେରେ ୪ଲକ୍ଷ ୬୧ ହଜାରରୁ ଅଧିକ ପଦବୀ ପୂରଣ କରାଯାଇଛି। ୧୯୯୧ରେ ରେଲୱେରେ ୧୬ ଲକ୍ଷ ୫୪ ହଜାର ୯୮୫ କର୍ମଚାରୀ ଥିଲେ। ୨୦୧୯ରେ ୧୨ ଲକ୍ଷ ୪୮ ହଜାର ୧୦୧ କର୍ମଚାରୀ ଅଛନ୍ତି। ତେବେ ଏହାଦ୍ବାରା ରେଲୱେ ସେବାରେ କୌଣସି ବାଧା ସୃଷ୍ଟି ହୋଇନାହିଁ ବୋଲି ଗୋୟଲ କହିଛନ୍ତି।

- Advertisement -

ରେଲୱେ ନିଯୁକ୍ତି ବୋର୍ଡ(ଆରଆରବି) ଏବଂ ରେଲୱେ ନିଯୁକ୍ତି ସେଲ୍‌(ଆରଆରସି) ପକ୍ଷରୁ ଏସବୁ ଖାଲି ପଦବୀ ପୂରଣ କରାଯାଉଛି। ଖାଲିପଡ଼ିଥିବା ପଦବୀ ମଧ୍ୟରୁ ଅନେକ ପଦବୀ ପୂରଣ ହୋଇସାରିଛି। ରେଳମନ୍ତ୍ରୀ ଗୋୟଲଙ୍କ ସୂଚନା ଅନୁସାରେ, ଜୁନ ୧ ସୁଦ୍ଧା ରେଲୱେର ପ୍ରଥମ, ୨ୟ, ୩ୟ ଏବଂ ୪ର୍ଥ ଶ୍ରେଣୀରେ ୨ ଲକ୍ଷ ୯୮ ହଜାର ୫୭୫ ପଦବୀ ଖାଲିରହିଛି। ତାହା ମଧ୍ୟରୁ ୨ଲକ୍ଷ ୯୪ ହଜାର ୪୨୦ ପଦବୀରେ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ୨୦୧୮-୧୯​‌ରେ ଏସବୁ ପଦବୀ ପୂରଣ ଲାଗି ପଦକ୍ଷେପ ଆରମ୍ଭ ହୋଇଥିଲା। ୧ ଲକ୍ଷ ୫୧ ହଜାର ୮୪୩ ପଦବୀ ଲାଗି ପରୀକ୍ଷା ଶେଷ ହୋଇଛି ଏବଂ ୨୦୧୯-୨୦​‌ରେ ୧ ଲକ୍ଷ ୪୨ ହଜାର ୫୭୭ ପଦବୀ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଗୋୟଲଙ୍କ କହିବା ଅନୁସାରେ, ସେବାର ଗୁଣବତ୍ତା ଏବଂ ଫଳାଫଳ କେବଳ ଶ୍ରମଶକ୍ତି ଉପରେ ନିର୍ଭର କରେନାହିଁ, ବରଂ ବ୍ୟବସ୍ଥାରେ ପ୍ରଯୁକ୍ତିବିଦ୍ୟା ଏବଂ ସ୍ବୟଂଚାଳିତ ଉପକରଣ ବ୍ୟବହାର ଉପରେ ନିର୍ବର କରିଥାଏ। ତେଣୁ ସେବାର ଗୁଣବତ୍ତା ସହିତ କର୍ମଚାରୀଙ୍କ ସଂଖ୍ୟାକୁ ତୁଳନା କରିବା ଠିକ୍‌ ନୁହେଁ ବୋଲି ଗୋୟଲ କହିଥିଲେ।

Hot this week

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

Related Articles

Popular Categories