www.samajalive.in
Friday, December 12, 2025
16.1 C
Bhubaneswar

ବଙ୍ଗଳା ଅଭିନେତ୍ରୀଙ୍କୁ ଆକ୍ରମଣ, ଅଧା ରାସ୍ତାରୁ କ୍ୟାବ୍‌ରୁ ଠେଲି ବାହାର କରିଦେଲେ ଡ୍ରାଇଭର

କୋଲକାତା: କୋଲକାତାରେ ପୁଣି ଜଣେ ବଙ୍ଗଳା ଅଭିନେତ୍ରୀ ସ୍ବାତିକା ଦତ୍ତଙ୍କୁ ଆକ୍ରମଣ କରାଯାଇଛି। ଏଥର ଜଣେ କ୍ୟାବ ଡ୍ରାଇଭର ତାଙ୍କୁ ଗାଳିଗୁଲଜ କରି ଅପମାନିତ କରିବା ସହିତ ଗାଡ଼ିରୁ ଠେଲି ବାହାର କରିଦେଇଛନ୍ତି। ସ୍ବାତିକାଙ୍କ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତ ଡ୍ରାଇଭରଙ୍କୁ ପୁଲିସ ଗିରଫ କରିଛି।

ଅଭିଯୋଗ ମୁତାବକ, ସ୍ବାତିକା ବୁଧବାର ସକାଳେ ଘରୁ ଷ୍ଟୁଡିଓକୁ ଯିବା ଲାଗି ଏକ କ୍ୟାବ୍‌ ବୁକ୍‌ କରିଥିଲେ। ସକାଳ ୮ଟା ୧୫ରେ ଜାମସେଦ୍‌ ନାମକ ଜଣେ ଡ୍ରାଇଭର କ୍ୟାବ୍‌ ନେଇ ପହଞ୍ଚିଥିଲେ। ସେ ଷ୍ଟୁଡିଓକୁ ଯିବା ବାଟରେ ଅଧା ରାସ୍ତାରେ ଡ୍ରାଇଭର ଗାଡ଼ି ରଖି ଟ୍ରିପ୍‌ ବାତିଲ କରି ସ୍ବାତିକାଙ୍କୁ ଗାଡ଼ିରୁ ଓହ୍ଲାଇଯିବାକୁ କହିଥିଲେ। ସେ ମନା କରିବାରୁ ଡ୍ରାଇଭର ବିପରୀତ ଦିଗରେ ଗାଡ଼ି ବୁଲାଇ ତାଙ୍କ ଅଞ୍ଚଳକୁ ନେଇଯାଇଥିଲେ ଏବଂ ସେଠାରେ ଦୁର୍ବ୍ୟବହାର କରିଥିଲେ। ପରେ ଗାଡ଼ିରୁ ଓହ୍ଲାଇ ଡୋର ଖୋଲି ସ୍ବାତିକାଙ୍କୁ ଭିଡି ଆଣି ଠେଲିଦେଇଥିଲେ। ସ୍ବାତିକା ତାଙ୍କୁ ବିରୋଧ କରିବାରୁ ଅଭିଯୁକ୍ତ ଡ୍ରାଇଭର ଅନ୍ୟ ସାଙ୍ଗମାନଙ୍କୁ ଡାକିଥିଲେ। ତେବେ ଶୁଟିଂ ପାଇଁ ବ୍ୟସ୍ତ ଥିବାରୁ ସ୍ବାତିକା ସେହି ସ୍ଥାନ ଛାଡ଼ି ଚାଲିଯାଇଥିଲେ। ସ୍ବାତିକା ଘଟଣା ସମ୍ପର୍କରେ ଫେସବୁକରେ ବର୍ଣ୍ଣନା କରିବା ସହିତ ଅଭିଯୁକ୍ତ ଡ୍ରାଇଭର ଏବଂ ଗାଡ଼ି ନମ୍ବର ଫଟୋ ପୋଷ୍ଟ କରିଥିଲେ। ଏହି ଘଟଣା ତାଙ୍କୁ ଅତ୍ୟନ୍ତ ଦୁଃଖ ଦେଇଥିବା ସ୍ବାତିକା ଉଲ୍ଲେଖ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories