www.samajalive.in
Saturday, December 6, 2025
16.1 C
Bhubaneswar

ଭିମସାରର ନେଫ୍ରୋଲୋଜି ବିଭାଗରେ ପୁଣି ଡ଼ାଏଲିସିସ ଅଚଳ

ବୁର୍ଲା : ବୁର୍ଲା ଭିମସାରର ନେଫ୍ରୋଲୋଜି ବିଭାଗରେ ପୁଣି ଡ଼ାଏଲସିସର ଅଚଳାବସ୍ଥା ଦେଖିବାକୁ ମିଳିଛି । ଡାଇଲିସିସ ଅଚଳାବସ୍ଥା ଯୋଗୁଁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ତ ଆଉ କେତେବେଳେ ପରୀକ୍ଷା ମେସିନ ଅଚଳାବସ୍ଥାକୁ ନେଇ ଅଶାନ୍ତି ଦେଖାଦେବା ଭିମସାରର ନିତିଦିନର ଘଟଣା ହୋଇ ଯାଇଛି । ବିଶେଷଜ୍ଞ ନଥିବା ନେଫ୍ରୋଲୋଜି ବିଭାଗରେ ସମସ୍ତ ଡାଇଲିସିସ ମେସିନ ଅଚଳ ହୋଇ ପଡିଥିବା ନେଇ ରୋଗୀ ମହଲରେ ଭାଲେଣି ପଡ଼ିବା ସହିତ ଆତ୍ମୀୟ ପ୍ରିୟଜନ ମାନଙ୍କ ମୁଣ୍ଡରେ ଚିନ୍ତା ମାଡ଼ି ବସିଛି । ଏଭଳି ଅବ୍ୟବସ୍ଥା ଯୋଗୁଁ ବୁର୍ଲା ଭିମସାରରେ ଚିକିତ୍ସା ବାଧାପ୍ରାପ୍ତ ହେଉଛି । ତେବେ ବତ୍ତମାନ ବୁର୍ଲା ଭିମସାରରେ କାର୍ଯ୍ୟକ୍ଷମ ରହିଥିବା ପ୍ରାୟ ୪ଟି ଡାଇଲିସିସ ମେସିନ ମଧ୍ୟରୁ ଗୋଟିଏ କାମ କରୁନାହିଁ । ଗୁରୁତର କିଡ଼ନୀ ରୋଗୀ ବା ସିକେଡ଼ି(କ୍ରୋନିକ କିଡ଼ନି ଡ଼ିଜିଜ୍) ରୋଗରେ ପିଡ଼ିତ ରୋଗୀମାନେ ଡାଇଲିସିସ ମେସିନ ଅଚଳ ଯୋଗୁଁ ହସ୍ପିଟାଲ ଛାଡି ଅନ୍ୟତ୍ର ଯିବାକୁ ବାଧ୍ୟ ହେଉଛନ୍ତି ।

ଏନେଇ ବୁର୍ଲା ଭିମସାର ଅଧ୍ୟକ୍ଷ ପ୍ରଫେସର ଡ଼ଃ ଜୟଶ୍ରୀ ଦୋରାଙ୍କୁ ଯୋଗାଯୋଗ କରାଯିବାରୁ ସେ ଏହି ଘଟଣାକୁ ସ୍ୱୀକାର କରିବା ସହିତ ଖୁବଶୀଘ୍ର ଏହାର ମରାମତି କରାଯିବା ଉପରେ ସ୍ପଷ୍ଟିକରଣ ଦେଇଥିଲେ । ଏହା ସହିତ ଏହି ସମସ୍ୟାକୁ ଦୁରିଭୁତ କରିବା ପାଇଁ ଆରଓ ପ୍ଲାଣ୍ଟର କ୍ଷମତା ବୃଦ୍ଧି କରାଯିବା ସୂଚନା ଦେଇଛନ୍ତି।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories