www.samajalive.in
Friday, December 12, 2025
27.1 C
Bhubaneswar

ହିମା ଓ ଆନାସ୍‌ଙ୍କୁ ଆନ୍ତର୍ଜାତିୟ ସ୍ୱର୍ଣପଦକ

ନୂଆଦିଲ୍ଲୀ : ପୋଲାଣ୍ଡରେ ଆୟୋଜିତ କୁଣ୍ଟୋ ଆଥଲେଟିକ୍‌ ମିଟ୍‌ରେ ଭାରତୀୟ ଧାବିକା ହିମା ଦାସ ଓ ଧାବକ ମହମ୍ମଦ ଆନାସ୍‌ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ମହିଳା ୨୦୦ ମିଟର ଦୌଡ଼ରେ ହିମା ଦାସ ୨୩.୯୭ ସେକେଣ୍ଡ ନେଇ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଅନ୍ୟତମ ଭାରତୀୟ ଧାବିକା ଭିକେ ବିସ୍ମୟା ୨୪.୦୬ ସେକେଣ୍ଡରେ ଦୌଡ଼ ଶେଷ କରି ରୌପ୍ୟ ପଦକ ଜିତିଛନ୍ତି। ସୂଚନାଥାଉକି ଗତ ସପ୍ତାହକ ମଧ୍ୟରେ ହିମାଙ୍କ ଏହା ଦ୍ବିତୀୟ ସ୍ବର୍ଣ୍ଣ ପଦକ। ଗତ ମଙ୍ଗଳବାର ପୋଜନାନ୍‌ ଆଥଲେଟିକ୍‌ସ ଗ୍ରାଣ୍ଡ ପ୍ରିକ୍ସରେ ୨୦୦ ମିଟର ଦୌଡ଼ରେ ହିମା ୨୩.୬୫ ସେକେଣ୍ଡରେ ଦୌଡ଼ ସଂପୂର୍ଣ୍ଣ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହି ପ୍ରତିଯୋଗିତାରେ ବିସ୍ମୟା ୨୩.୭୫ ସେକେଣ୍ଡ ନେଇ ବ୍ରୋଞ୍ଜ୍‌ ପଦକ ଜିତିଥିଲେ।
ଅନ୍ୟପକ୍ଷରେ କୁଣ୍ଟୋ ଆଥଲେଟିକ୍‌ ମିଟ୍‌ର ପୁରୁଷ ୨୦୦ ମିଟର ଦୌଡ଼ରେ ମହମ୍ମଦ ଆନାସ୍‌ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଆନାସ୍ ୨୧.୧୮ ସେକେଣ୍ଡରେ ଦୌଡ଼ ଶେଷ କରି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ନୋହା ନିର୍ମଳ ଟମ୍‌ ୨୧.୬୬ ସେକେଣ୍ଡ ନେଇ ରୌପ୍ୟ ପଦକ ଜିତିଥିଲେ। ସେହିପରି ପୁରୂଷ ୪୦୦ ମିଟର ହଡର୍ଲସ୍‌ରେ ଭାରତୀୟ ଧାବକ ଏମ୍‌ପି ଜବିର ୫୦.୨୧ ସେକେଣ୍ଡ ନେଇ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଜିତିନ୍‌ ପଲ୍‌ ୫୨.୨୬ ସେକେଣ୍ଡ ନେଇ ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି। ମହିଳା ୪୦୦ ମିଟର ଦୌଡ଼ରେ ଭାରତୀୟ ଧାବିକାମାନେ ୩ଟି ଯାକ ପଦକ ଜିତିଛନ୍ତି। ପି.ସରିତାବେନ୍‌ ୫୨.୭୭ ସେକେଣ୍ଡ ନେଇ ସ୍ବର୍ଣ୍ଣ, ସୋନିଆ ବୈଶ୍ୟ ୫୩.୭୩ ସେକେଣ୍ଡ ନେଇ ରୌପ୍ୟ ଓ ଆର.ଭିତ୍ୟା ବ୍ରୋଞ୍ଜ୍‌ ପଦକ ହାସଲ କରିଛନ୍ତି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories