କଟକ: କଣ୍ଟାପଡାରେ ନିର୍ତାର ନିର୍ଦ୍ଦେଶକ ଶକ୍ତିପ୍ରସାଦ ଦାଶଙ୍କୁ ଆକ୍ରମଣ ଘଟଣାରେ ସୋମବାର ଓଲଟପୁର ପୁଲିସ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ନିର୍ତାର କ୍ୟାଣ୍ଟିନ କର୍ମଚାରୀ ଲକ୍ଷ୍ମୀଧର ମଲ୍ଲିକ ସହ ଘଟଣାର ସଂପୃକ୍ତ ଅନ୍ୟ ୪ଜଣଙ୍କୁ ପୁଲିସ ଗିରଫ କରିଛି।ସୂଚନା ଯୋଗ୍ୟ ଗତ ଜୁଲାଇ ୩ତାରିଖରେ ଶକ୍ତିପ୍ରସାଦଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିଲା। ଆକ୍ରମଣ ପରେ ଶକ୍ତିପ୍ରସାଦଙ୍କ ଗାଡିରୁ ଏକ ବନ୍ଧୁକ ଜବତ ହୋଇଥିଲା। ପୁଲିସ ସୂଚନା ମୁତାବକ ନିର୍ତାର ନିର୍ଦ୍ଦେଶକ ଶକ୍ତିପ୍ରସାଦ ଦାଶଙ୍କୁ ଧମକେଇବା ପାଇଁ କ୍ୟାଣ୍ଟିନ କର୍ମଚାରୀ ଲକ୍ଷ୍ମୀଧର ମଲ୍ଲିକ ୪ଭଡାଟିଆ ଗୁଣ୍ଡାଙ୍କୁ ୩୫ହଜାର ଟଙ୍କା ଏହି କାମରେ ନିୟୋଜିତ କରିଥିଲା। କୌଣସି ସୂତ୍ରରୁ ଖବର ପାଇଁ ଓଲଟପୁରରୁ ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଛି ପୁଲିସ।
Popular Categories



