www.samajalive.in
Monday, December 8, 2025
24.1 C
Bhubaneswar

ହୋଟେଲରୁ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତ ଦେହ ଉଦ୍ଧାର; ହତ୍ୟା ସନ୍ଦେହ

କୋରାଇ : ଯାଜପୁର ଜିଲା ପାଣିକୋଇଲି ବଜାର ସ୍ଥିତ ଏକ ହୋଟେଲରୁ ରବିବାର ଜଣେ ଯୁବକର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତ ଯୁବକ ସଂପୃକ୍ତ ହୋଟେଲର ମାଲିକ ରବିନ୍ଦ୍ରକୁମାର ସାହୁ। ସେ ପାଣିକୋଇଲି ଗାଁର ଗୋବିନ୍ଦଚନ୍ଦ୍ର ସାହୁଙ୍କ ପୁଅ। ଆଜି ସକାଳୁ ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଲଗ୍ନ ଅବସ୍ଥାରେ ନିଜ ହୋଟେଲରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ପାରିପାର୍ଶ୍ବିକ ପରିସ୍ଥିତିକୁ ଅନୁଧ୍ୟାନ କରି ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ ସନ୍ଦେହ କରୁଛି। ଘଟଣା ସ୍ଥଳରେ ବ୍ୟବହୃତ ଛୁରି ମଧ୍ୟ ପଡିଥିବା ଦେଖିବାକୁ ମିଳିଛି। ପୁଲିସ ମୃତଦେହ ଜବତ କରିବା ସହ ଛୁରି ଓ ଲୁଗାପଟାକୁ ଜବତ କରିଛି। ପୁଲିସ ଅନୁସନ୍ଧାନ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ୍‍ ଟିମ୍‍ ସାହାଯ୍ୟରେ ଖୁବଶୀଘ୍ର ଅପରାଧୀ ଧରାପଡ଼ିବେ ବୋଲି ଯାଜପୁରରୋଡ ଏସଡିପିଓ କେଦାରନାଥ ସାହୁ ସୂଚନା ଦେଇଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories