www.samajalive.in
Monday, December 8, 2025
20.1 C
Bhubaneswar

କେନ୍ଦ୍ରୀୟ ବଜେଟ୍‌ ଆଶାନୁରୂପକ ନୁହେଁ ବୋଲି କହିଲେ କିନ୍ନର ସମୁଦାୟ

ଭୁବନେଶ୍ୱର – ଓଡିଶାର କିନ୍ନର ସମୁଦାୟ କେନ୍ଦ୍ରୀୟ ବଜେଟକୁ ନେଇ ନିରାଶା ବ୍ୟକ୍ତି କରିଛନ୍ତି । ବିଭିନ୍ନ କଲ୍ୟାଣ ଯୋଜନା ଓ ବ୍ୟବସାୟୀକ ପ୍ରଶିକ୍ଷଣ ପାଇଁ ଏହି ସମୁଦାୟକୁ ଆତ୍ମନିର୍ଭର କରିବା ପାଇଁ ସରକାର ଶସ୍ତା ଋଣ ଉପଲବ୍ଧ କରିବା ପାଇଁ ଦାବି କରିଛନ୍ତି । କିନ୍ନର ସମୁଦାୟ ସଖୀର ଅଧ୍ୟକ୍ଷ ସ୍ୱିଟି ସାହୁ କେନ୍ଦ୍ର ଓ ରାଜ୍ୟ ସରକାର ନିଜ ମଧ୍ୟରେ ସାମଞ୍ଜସ୍ୟ ରକ୍ଷା କରି କିନ୍ନରଙ୍କ ଉତ୍‌ଥାନ ପାଇଁ କାମ କରନ୍ତୁ ବୋଲି କହିଛନ୍ତି ।
କେନ୍ଦ୍ରୀୟ ବଜେଟରୁ ସେମାନଙ୍କ ସମୁଦାୟର ଅନେକ ଆଶା ଥିଲା । ମାତ୍ର ବଜେଟ ଆଶାନୁରୂପକ ହୋଇନଥିବା ସେ କହିଛନ୍ତି । ସେମାନଙ୍କ ପାଇଁ ପେନସନ , ବାସଗୃହ ଓ ଅନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି । ସ୍ୱିଟି ସାହୁଙ୍କ ନେତୃତ୍ୱରେ ଏକ ଦଳ ସଚିବାଳୟରେ ନିଜର ଦାବି ପତ୍ର ପ୍ରଦାନ କରିଛନ୍ତି ।
କେନ୍ଦ୍ର ସାମାଜିକ କଲ୍ୟାଣ ମନ୍ତ୍ରୀ ଥାବର ଚନ୍ଦ୍ର ଗେହଲତଙ୍କୁ ଏ ବିଷୟରେ ସେ ପତ୍ର ଲେଖିଛନ୍ତି । ଓଡିଶାରେ ପ୍ରାୟ ୨୫ ହଜାର କିନ୍ନର ରହୁଛନ୍ତି । କିନ୍ନରଙ୍କୁ ସମାଜରେ ସମ୍ମାନର ସହ ବିଞ୍ଚିବା ପାଇଁ ଉଚିତ୍‌ ଦାବି ସବୁ ପୂରଣ ହେବ ଦରକାର ବୋଲି ସ୍ୱିଟି କହିଛନ୍ତି । ଏଥିରେ ସେମାନଙ୍କର ସାମାଜିକ ଉତ୍ଥାନ ହେବ ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories