ଜାମ୍ମୁ: ଜାମ୍ମୁ ଓ କାଶ୍ମୀରରେ ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇଥିବା ପବିତ୍ର ଅମରନାଥ ଯାତ୍ରାରେ ଏ ପର୍ଯ୍ୟନ୍ତ ୮୧ହଜାର ୬୦୦ ତୀର୍ଥଯାତ୍ରୀ ପବିତ୍ର ଗୁମ୍ଫା ଦର୍ଶନ କରିଛନ୍ତି। ଗତକାଲି ଏହି ଯାତ୍ରାର ଷଷ୍ଠ ଦିନରେ ୧୪ହଜାର ୪୦୦ ତୀର୍ଥଯାତ୍ରୀ ପବିତ୍ର ଗୁମ୍ଫାରେ ବରଫକୃତ ଲିଙ୍ଗର ଦର୍ଶନ କରିଛନ୍ତି। ଶ୍ରୀ ଅମରନାଥ ଦେବସ୍ଥାନ ବୋର୍ଡର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଉମଙ୍ଗ ନରୁଲା ବିଭିନ୍ନ ଯାତ୍ରା କ୍ୟାମ୍ପକୁ ଯାଇ ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିବା ସହ ପରିମଳ ଓ ପରିଚ୍ଛନ୍ନତା କାର୍ଯ୍ୟ ସମ୍ପର୍କରେ ବୁଝିଛନ୍ତି।
ଏହି ସମ୍ପୂର୍ଣ୍ଣ ଅଭିଯାନ ପହଲଗାମ ବିକାଶ ସଂସ୍ଥା ଏବଂ ସୋନମାର୍ଗ ବିକାଶ ସଂସ୍ଥା ଅଧିନରେ ଥିବା ସ୍ଥାନଗୁଡ଼ିକର ସହଯୋଗରେ ଶ୍ରୀ ଅମରନାଥ ସେବସ୍ଥାନ ବୋର୍ଡ ପକ୍ଷରୁ କାର୍ଯ୍ୟକାରୀ କରାଯାଇଛି।



