www.samajalive.in
Wednesday, December 10, 2025
23.1 C
Bhubaneswar

ଟ୍ରକ ଡ୍ରାଇଭରଙ୍କୁ ଚାକୁ ମାରି ଲୁଟ ଅଭିଯୋଗ

ବେଲଗାଁ : ବେଲଗାଁରେ ଗତକାଲି ବିଲମ୍ବିତ ରାତ୍ରିରେ ଜଣେ ଟ୍ରକ ଡ୍ରାଇଭରଙ୍କୁ ଦୁର୍ବୃତ୍ତ ଚାକୁ ମାରି ଲୁଟ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଆହତ ଡ୍ରାଇଭର ଜଣକୁ ବେଲଗାଁ ପୁଲିସ ଉଦ୍ଧାର କରି ପ୍ରଥମେ ବେଲଗାଁ ସେଠାରୁ ସଇଁନ୍ତଲା ନେଇ ଚିକିତ୍ସା ବ୍ୟବସ୍ଥା କରିଥିବା ଜଣାଯାଇଛି। ସୁଚନାରୁ ପ୍ରକାଶ ଯେ, ଗତ ରାତି ପ୍ରାୟ ୩ଟା ସମୟରେ ବେଲଗାଁ ଏନ୍‍ଏଚ୍‍ ବଙ୍ଗଳା ନିକଟରେ ନିଜ ଟ୍ରକ ରଖି ଶୋଇଥିବା ଲାଇନ ଟ୍ରକ ଡ୍ରାଇଭର ରଞ୍ଜିତ ସିଂଙ୍କୁ ୪ରୁ୫ ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ରଞ୍ଜିତ ପଞ୍ଜାବ ରାଜ୍ୟର ବାସିନ୍ଦା ହୋଇଥିବା ବେଳେ ସେ ବିଶାଖାପାଟଣାରୁ କୋଇଲା ନେଇ ଚାରିଛକ ଯାଉଥିବା କହିଛନ୍ତି। ତାଙ୍କ କହିବାନୁଯାୟୀ ପ୍ରଥମେ ଦୁର୍ବୃତ୍ତ ଟ୍ରକର ଗେଟ କାଚକୁ ପଥର ମାଡ କରି ଭାଙ୍ଗିଦେଇ ଭିତରୁ ତାଙ୍କୁ ଟାଣି ଆଣିଥିଲେ। ଉକ୍ତ ପଥର ମାଡରେ ଡ୍ରାଇଭରଙ୍କ ମୁଣ୍ଡ ଫାଟିଯାଇଥିଲା। ଏନେଇ ସେ ପ୍ରତିରୋଧ କରିବାରୁ ଦୁର୍ବୃତ୍ତ ଏକ ଚାକୁରେ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଜଣାଯାଇଛି। ଚାକୁଟି ତାଙ୍କ ବାମ ହାତରେ ବାଜିବାରୁ ସେ ଅଳ୍ପକେ ରକ୍ଷା ପାଇଯାଇଥିଲେ। ଭୟଭିତ କରି ଦୁର୍ବୃତ୍ତ ରଞ୍ଜିତଙ୍କ ପାଖରେ ଥିବା ୫ ହଜାର ଟଙ୍କା ନେଇଯାଇଥିବା ପ୍ରକାଶ। ସାଙ୍ଗରେ ଥିବା ହେଲପର ଜଣକ ବେଲଗାଁ ପୁଲିସ ଫାଣ୍ଡିକୁ ଯାଇଁ ଆକ୍ରମଣ ବିଷୟରେ ଖବର ଦେଇଥିଲେ। ତେବେ ପୁଲିସ ପହଞ୍ଚିବା ପୁର୍ବରୁ ଦୁର୍ବୃତ୍ତମାନେ ଫେରାର ହେବାକୁ ସକ୍ଷମ ହୋଇଥିବା ଜଣାଯାଇଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories