www.samajalive.in
Saturday, December 6, 2025
17.1 C
Bhubaneswar

ନୋ ପାର୍କିଂରେ ଗାଡି ରଖିଲେ ୧୫ ହଜାର ଟଙ୍କା ଜୋରିମାନା

ମୁମ୍ବଇ .- ଏବେ ମୁମ୍ବଇରେ ନୋ ପାର୍କିଂ ଜୋନ୍‌ରେ ଗାଡି ରଖିଲେ ୧୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ । ବିଏମ୍‌ସିର ନୋ ପାର୍କିଂ ସ୍ଥଳରେ ଗାଡି ରଖିଲେ ଗାଡିର ମାଲିକ ମାନେ ଏହି ଜୋରିମାନା ଦେବେ । ଗାଡି ଅନୁସାରେ ଏହି ଜୋରିମାନା ଦେବାକୁ ପଡିବ । ଜୋରିମାନା ଅର୍ଥ ୫ ହଜାର ଟଙ୍କାରୁ ୨୩ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । କାର ପାଇଁ ୧୫ ହଜାର ଟଙ୍କା ସର୍ବାଧିକ ଜୋରିମାନା ରାଶି ନିରୂପଣ କରାଯାଇଛି । ରବିବାରଠାରୁ ଏହି ନୂଆ ନିୟମ ଲାଗୁ ହେବ । ସମସ୍ତ ସର୍ବସାଧାରଣ ପାର୍କିଂ ସ୍ଥଳ ଓ ବେସ୍ଟ ଡିପୋର ୫୦୦ ମିଟର ଦୂରତା ମଧ୍ୟରେ ଲାଗୁ କରାଯିବ ।

କେବଳ ଜୋରିମାନ ନୁହେଁ ଦରକାର ପଡିଲେ ଗାଡିକୁ ଉଠାଇ ନିଆଯିବ । ଏହାର ଅର୍ଥ ମଧ୍ୟ ଜୋରିମାନା ଭାବେ ଆଦାୟ କରାଯିବ । ଦୁଇ ଚକିଆ ଯାନ ଓ ମଟର ସାଇକେଲ ପାଇଁ ଜୋରିମାନା ୫ରୁ ୮୩୦୦ ଟଙ୍କା ହୋଇଥିବା ବେଳେ ବଡ ଗାଡି ପାଇଁ ଏହା ୧୫ ହଜାରଟଙ୍କାରୁ ୨୩ ହଜାର ୨୫୦ ଟଙ୍କା ଛୋଟ ଚାରି ଚକିଆ ଗାଡି ପାଇଁ ଏହା ୧୦ ହଜାର ଟଙ୍କାରୁ ୧୫୧୦୦ ଟଙ୍କା ରହିଛି । ତିନି ଚକିଆ ଗାଡି ପାଇଁ ଜୋରିମାନା ଟଙ୍କା ୧୨୨୦୦ ଟଙ୍କା ରହିଛି ।

- Advertisement -

ମୁମ୍ବାଇରେ ୩୦ ଲକ୍ଷରୁ ଅଧିକ ଯାନ ବାହାନ ରହିଛି। ଅନେକ ନୋ ପାର୍କି ସ୍ଥଳରେ ଲୋକମାନେ ଗାଡି ପାର୍କିଂ କରୁଥିବାରୁ ଯାତାୟତରେ ବାଧା ସୃଷ୍ଟି ହେଉଛି ।
ଏଥିପାଇଁ ବିଏମ୍‌ସି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories