www.samajalive.in
Friday, December 12, 2025
15.1 C
Bhubaneswar

ଆଜିଠୁ ବିଜେପିର ଦେଶବ୍ୟାପୀ ସଦସ୍ୟତା ଅଭିଯାନ

ନୂଆଦିଲ୍ଲୀ: ବିଜେପି ଆଜିଠାରୁ ଦେଶବ୍ୟାପୀ ସଦସ୍ୟତା ଅଭିଯାନ ଆରମ୍ଭ କରିବାକୁ ଯାଉଛି। ବାରାଣସୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅଭିଯାନର ଶୁଭାରମ୍ଭ କରିବେ। ଏହାସହିତ କାଶୀଠାରୁ ମୋଦୀ ସଦସ୍ୟତା ଅଭିଯାନ ହେଲ୍‌ପଲାଇନର ଉଦ୍‌ଘାଟନ କରିବେ। କାଶୀର ଆଞ୍ଚଳିକ ମୁଖପାତ୍ର ନବରତନ ରଥି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ପହଞ୍ଚିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶାସ୍ତ୍ରିଜୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ପରେ ସେ ସ୍କୁଲ ପିଲାମାନଙ୍କୁ ଚାରା ବଣ୍ଟନ କରିବେ ଏବଂ ଆନନ୍ଦ କାନନରେ ଚାରାରୋପଣ ଅଭିଯାନର ଶୁଭାରମ୍ଭ କରିବେ।

ଏହାପରେ ମୋଦୀ ଦୀନ୍‌ ଦୟାଲ ଉପାଧ୍ୟାୟ ଟ୍ରେଡ୍‌ ଫାସିଲିଟେଶନ ସେଣ୍ଟର ଆଣ୍ଡ ମ୍ୟୁଜିୟମଠାରୁ ମୋଦୀ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ କରିବେ। ଦେଶବ୍ୟାପୀ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ। ବିଜେପିର ବର୍ତ୍ତମାନ ୧୧ କୋଟି ସଦସ୍ୟ ଥିବାବେଳେ ତାହାକୁ ୨୦ କୋଟିରେ ପହଞ୍ଚାଇବା ଏହି ଅଭିଯାନର ଲକ୍ଷ୍ୟ ବୋଲି ରବରତନ ରଥି କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories