www.samajalive.in
Friday, December 12, 2025
15.1 C
Bhubaneswar

ସେତୁ ନିର୍ମାଣରେ ପ୍ରତିବନ୍ଧକ ସାଜିଛି ଜଳସେଚନ ବିଭାଗ

ନେମାଳ : ଏହି ଥାନା ଅନ୍ତର୍ଗତ ନଗସପୁର ଜଳସଂପଦ ବିଭାଗ ଅଧିନସ୍ଥ ପୁନ୍ଦାଳ ଶାଖା କେନାଲ ଉପରେ ଏକ ସେତୁ ନିର୍ମାଣକୁ ନେଇ ପ୍ରତିବନ୍ଧକ ସାଜିଛି ଜଳସେଚନ ବିଭାଗ। ପୋଲ ନିର୍ମାଣ ହୋଇ ନପାରିବାରୁ ସ୍ଥାନୀୟ ଲୋକମାନେ କେନାଲ ପାରି ହେବା ପାଇଁ ହଇରାଣ ହରକତ ହେଉଥିବା ବେଳେ ଗତ ସୋମବାର ଦିନ ଚଞ୍ଚଳା ସିଂ ନାମକ ଜଣେ ମହିଳା କାଠ ପୋଲରୁ ପଡି ଗୁରୁତର ହୋଇଛନ୍ତି। ତୁରନ୍ତ ଏହି ପୋଲର ନିର୍ମାଣ କାର୍ଯ୍ୟ ଆରମ୍ଭ ନକରାଗଲେ କନିଷ୍ଠ ଯନ୍ତ୍ରୀ ଜଳସେଚନ କାର୍ଯ୍ୟାଳୟକୁ ଘେରାଉ କରିବା ସହିତ କଟକ – କୋରୁଆ ମୁଖ୍ୟରାସ୍ତାକୁ ଅବରୋଧ କରିବେ ବୋଲି ସ୍ଥାନୀୟ ଜନସାଧାରଣ ଚେତାବନୀ ଦେଇଛନ୍ତି।
ସୂଚନା ଯୋଗ୍ୟ ନେମାଳ ପଞ୍ଚାୟତର ୨ ନଂ ଓ ୩ ନଂ ୱାର୍ଡର ଲୋକମାନେ ଦୀର୍ଘ ଦିନ ହେବ ପୁନ୍ଦାଳ ଶାଖା କେନାଲ ଉପରେ ହୋଇଥିବା ଏକ କାଠ ପୋଲ ଦ୍ୱାରା ଯାତାୟତ କରୁଛନ୍ତି। ପିଲାମାନେ ସ୍କୁଲ ଓ କଲେଜକୁ ଯିବା ପାଇଁ ଏହି କାଠପୋଲ ହିଁ ସାହାରା। ଗତ କିଛି ଦିନ ହେବ ଏହି ପଟା ପୋଲଟି ଭାଙ୍ଗିରୁଜି ଯାଇଥିବାରୁ ଜଳ ସେଚନ ବିଭାଗ ପକ୍ଷରୁ ଏହାକୁ ମରାମତି କରାଯାଇନଥିଲା। ଫଳରେ ସ୍ଥାନୀୟ ଲୋକମାନେ ଏହା ଉପରେ ଏକ ସିମେଂଟ ନିର୍ମିତ ଇଲେକ୍ଟ୍ରିକ ପୋଲ ପକାଇ ଯାତାୟାତ କରୁଛନ୍ତି। ଗତ ନିର୍ବାଚନ ପୂର୍ବରୁ ଏହି ଶାଖା କେନାଲ ଉପରେ ଏକ କଂକ୍ରିଟ ପୋଲ ନିର୍ମାଣ ପାଇଁ କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରାଙ୍କୁ ଗ୍ରାମବାସୀ ଅନୁରୋଧ କରିଥିଲେ। ଲୋକମାନଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ବିଧାୟକ ଶ୍ରୀ ବେହେରା ତାଙ୍କ ବିଧାୟକ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ। ଏହି ଅନୁଦାନ ଅର୍ଥ ଏବେ ବ୍ଲକ କାର୍ଯ୍ୟାଳୟକୁ ଆସି ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ବାହାରିଛି। ହେଲେ ବିଭାଗ ଅନୁଦାନ ପାଣ୍ଠିକୁ ଜଳସେଚନ ବିଭାଗ ଅଧିନରେ ଥିବା ଶାଖା କେନାଲରେ ପୋଲ ନିର୍ମାଣ କରିବାକୁ ହେଲେ ବିଭାଗ ପକ୍ଷରୁ ମଂଜୁରୀ ଆଣିବା କଥା। ହେଲେ ଜଳସେଚନ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କର ଆନ୍ତରିକତା ଅଭାବରୁ ସେମାନେ ଏହି ଶାଖା କେନାଲ ଉପରେ ପୋଲ ନିର୍ମାଣ ପାଇଁ ମଂଜୁରୀ ପ୍ରଦାନ କରୁନାହାଁନ୍ତି। ଯାହାଦ୍ୱାରା ଗତ ମାର୍ଚ୍ଚ ୩ ତାରିଖରୁ ପୋଲ ନିର୍ମାଣ ନିମନ୍ତେ ବିଧାୟକ ଶ୍ରୀ ବେହେରା ଭିତିପ୍ରସ୍ତର ସ୍ଥାପନ କରି ଅନୁଦାନ ଯୋଗାଇ ଦେଇଥିଲେ ମଧ୍ୟ ଏଠାରେ ପୋଲ ହୋଇପାରୁନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଉକ୍ତ ଘଟଣା ସଂପର୍କରେ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଚିତ୍ତରଂଜନ ଜେନାଙ୍କୁ ପଚାରିବାରୁ ଏହି ପୋଲ ନିର୍ମାଣ କାର୍ଯ୍ୟ ପାଇଁ ଖୁବ୍ ଶୀଘ୍ର ମଂଜୁରୀ କରିବା ନିମନ୍ତେ ବ୍ୟବସ୍ଥା ହେଉଥିବା ପ୍ରକାଶ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories