www.samajalive.in
Friday, December 12, 2025
26.1 C
Bhubaneswar

ରାଣୀପୁର ରଥଯାତ୍ରା – କନ୍ଧ ରୀତିନୀତିରେ ପୂଜା ପାଆନ୍ତି ମହାପ୍ରଭୁ

ବଙ୍ଗୋମୁଣ୍ଡା: ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକର ରାଣୀପୁର ଗ୍ରାମରେ ପାଳିତ ରଥଯାତ୍ରା ଅନ୍ୟତମ। ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତଙ୍କ ସମାଗମରେ ଅନୁଷ୍ଠିତ ହେଉଥିବା ରାଣୀପୁର ରଥଯାତ୍ରାର ରହିଛି ଅନନ୍ୟ ପରମ୍ପରା। ଶହ ଶହ ବର୍ଷରୁ ଆଦିବାସୀ ରୀତିନୀତି, ପରମ୍ପରାରେ ପୂଜିତ ହୋଇ ଆସୁଛନ୍ତି ମହାପ୍ରଭୁ ଜଗନ୍ନାଥ। କନ୍ଧ ପରମ୍ପରା ରୀତିନୀତିରେ ମହାପ୍ରଭୁ ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରାଙ୍କୁ ପୂଜା କରାଯାଏ। ଗ୍ରାମର କନ୍ଧ ସଂପ୍ରଦାୟର ପୂଜକ ବର୍ଷ ସାରା ପୂଜା କରିଥାନ୍ତି। ରଥଯାତ୍ରା ଦିନ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ଆଦିବାସୀ ରୀତିନୀତି ଅନୁସାରେ ସଂପନ୍ନ ହୋଇଥାଏ।

ପୂର୍ବରୁ ଏକ ମାଟି କୁଡିଆରେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ସହ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେଉଥିଲା। ଗତ କିଛି ବର୍ଷ ହେବ ଏକ ଭବ୍ୟ ମନ୍ଦିରରେ ବିରାଜିତ ହୋଇ ପୂଜା ପାଉଛନ୍ତି ମହାପ୍ରଭୂ। ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଆଷାଢ ମାସର ଦ୍ୱିତୀୟା ତିଥିରେ ମହାପ୍ରଭୁଙ୍କ ରଥ ଯାତ୍ରା ଆୟୋଜନ କରାଯାଇଥାଏ। ରାଣୀପୁର ଗ୍ରାମରେ ମହାପ୍ରଭୁ ବର୍ଷ ସାରା ଭକ୍ତଙ୍କୁ ଦର୍ଶନ ଦେଇଥିବା ବେଳେ ନିକଟସ୍ଥ ବାଲିଖମାର ଗ୍ରାମରେ ଗୁଣ୍ଡିଚା ମନ୍ଦିର ରହିଛି। ଗୁଣ୍ଡିଚା ଯାତ୍ରାଠାରୁ ବାହୁଡା ପର୍ଯ୍ୟନ୍ତ ପ୍ରଭୁ ଜଗନ୍ନାଥ ବାଲିଖମାର ଗ୍ରାମସ୍ଥିତ ମାଉସୀ ମା’ ମନ୍ଦିରରେ ଅବସ୍ଥାନ କରିଥାନ୍ତି। ଜଗନ୍ନାଥଙ୍କ ଏହି ଲୀଲା ଖେଳା ଉଭୟ ରାଣୀପୁର ଏବଂ ବାଲିଖମାର ଗ୍ରାମକୁ ସାଂସ୍କୃତିକ ବନ୍ଧନରେ ଏକତ୍ରିତ କରି ବାନ୍ଧି ରଖି ପାରିଛି ବର୍ଷ ବର୍ଷରୁ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories