www.samajalive.in
Friday, December 12, 2025
27.1 C
Bhubaneswar

କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ହେବେ ମୋତିଲାଲ ଭୋରା !

ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇ ବୁଧବାର ରାହୁଲ ଗାନ୍ଧୀ ଆନୁଷ୍ଠାନିକ ଭାବେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ନେଇ ଘୋଷଣା କରିଛନ୍ତି। ଏହାପରଠାରୁ କଂଗ୍ରେସ ଅଧ୍ୟକ୍ଷ ଭାର କି’ଏ ସମ୍ଭାଳିବ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। ଏହା ମଧ୍ୟରେ ଦଳୀୟ ସୂତ୍ରରୁ ଶୁଣିବାକୁ ମିଳୁଛି ଯେ ମୋତିଲାଲ ଭୋରାଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷ କରାଯାଇ ପାରେ। ନୂଆ ଅଧ୍ୟକ୍ଷ ଚୟନ ହେବା ପର୍ଯ୍ୟନ୍ତ ସେ କଂଗ୍ରେସର ଅଧ୍ୟକ୍ଷ ରହିବେ।
କଂଗ୍ରେସର ସମ୍ବିଧାନ ଅନୁସାରେ ଅଧ୍ୟକ୍ଷଙ୍କ ଇସ୍ତଫା ସ୍ଥିତିରେ ଦଳ ସବୁଠୁ ବରିଷ୍ଠ ସମ୍ପାଦକ ଅନ୍ତରୀଣ ଅଧ୍ୟକ୍ଷ ପଦର ଭାର ସମ୍ଭାଳନ୍ତି। ଏହି କ୍ରମରେ ୯୦ ବର୍ଷିୟ ମୋତିଲାଲ ଭୋରା ଦଳର ସବୁଠୁ ବରିଷ୍ଠ ନେତା ଅଟନ୍ତି। ମୋତିଲାଲ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ଉତ୍ତରପ୍ରଦେଶର ରାଜ୍ୟପାଳ ଭାବେ କାର୍ଯ୍ୟ କରିଛନ୍ତି। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସେ ଅତି ଘନିଷ୍ଠ। ଦଳର ସବୁ ବଡ଼ ନିଷ୍ପତ୍ତିରେ ସେ ସାମିଲ ରହିଛନ୍ତି। ରାଜ୍ୟସଭା ସାଂସଦ ମୋତିଲାଲ ଏବେ କଂଗ୍ରେସ ଦଳର ସମ୍ପାଦକ (ପ୍ରଶାସନ) ପଦର ଅଛନ୍ତି।
ପ୍ରକାଶ ଯେ ରାହୁଲ ଗାନ୍ଧୀ ୨୦୧୯ ଲୋକସଭା ନିର୍ବାଚନରେ ପରାଜୟ ପାଇଁ ନିଜକୁ ଦାୟୀ କରିବା ପୂର୍ବକ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଅଧ୍ୟକ୍ଷ ଭାବେ ପରାଜୟ ପାଇଁ ସେ ସମ୍ପୂର୍ଣ୍ଣ ରୂପେ ଦାୟୀ ବୋଲି କହିଛନ୍ତି।

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories