ଟିଟିଲାଗଡ: ଟିଟିଲାଗଡ ଓକିଲ ସଂଘର ବରିଷ୍ଠ ଆଇନଜୀବୀ କମଳାକାନ୍ତ ପୁରୋହିତ (୫୭)ଙ୍କ ବୁଧବାର ଅକାଳ ବିୟୋଗରେ ଟିଟିଲାଗଡରେ ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତ ପୁରୋହିତ ୧୯୯୦ ମସିହା ଠାରୁ ଦୀର୍ଘ ୨୯ ବର୍ଷ ଧରି ଟିଟିଲାଗଡ କୋର୍ଟରେ ଆଇନ ବ୍ୟବସାୟରେ ସମ୍ପୃକ୍ତ ଥିଲେ। ବିଭିନ୍ନ ସମୟରେ ସେ ଓକିଲ ସଂଘର ସଭାପତି ତଥା ସମ୍ପାଦକ ଭାବେ କାର୍ଯ୍ୟକରି ସଂଘକୁ ସୁଦୃଢ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଜଣେ ବନ୍ଧୁବତ୍ସଳ, ପରୋପକାରୀ ତଥା ଜଣେ ସ୍ପଷ୍ଟବାଦୀ ବ୍ୟକ୍ତି ଭାବେ ସ୍ୱର୍ଗତ ପୁରୋହିତଙ୍କର ପରିଚୟ ରହିଥିଲା। ତାଙ୍କ ଅକାଳ ବିୟୋଗରେ ଟିଟିଲାଗଡ ଓକିଲ ସଂଘ ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଏକ ଶୋକ ସଭା କରାଯାଇଥିଲା। ଶେଷ ସମୟରେ ତାଙ୍କ ପତ୍ନୀ ଆରତୀଙ୍କ ସହିତ ପୁଅ ଅଙ୍କିତ ଓ ଝିଅ ଅର୍ପିତା ରହିଥିବା ଜଣାପଡିଛି।



