www.samajalive.in
Friday, December 12, 2025
15.1 C
Bhubaneswar

ଉତ୍ତରାଖଣ୍ଡ: ବର୍ଷା ଜନିତ ଦୁର୍ଘଟଣାରେ ୩ ମୃତ, ରାସ୍ତା ବନ୍ଦ

ଡେରାଡୁନ : ଉତ୍ତରାଖଣ୍ଡରେ ମଙ୍ଗଳବାର ପ୍ରବଳ ବର୍ଷା ଜନିତ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରବଳ ବର୍ଷା ସହ କୋହଲା ପବନ ଯୋଗୁଁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି। ମୂଷଳ ଧାରାରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତରାଖଣ୍ଡ ଦେଇ ପ୍ରବାହିତ ପ୍ରାୟ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।
କେତେକ ସ୍ଥାନରେ ମାଟି ଅତଡ଼ା ଖସି ରାସ୍ତା ବନ୍ଦ ହୋଇଯାଇଛି। ଫଳରେ ଅନେକ ସ୍ଥାନରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ବର୍ଷା ପାଣିରେ ବିଦ୍ୟୁତ୍‍ ପ୍ରବାହିତ ହୋଇ ୩ ଯୁବକଙ୍କ ମୃତ୍ୟୁ ଘଟିଛି। କୋଣ୍ଡିୟା ଏବଂ ଆମପଡ଼ାଓର କେତେକ ଘରରେ ବର୍ଷା ପାଣି ପଶିଯାଇଛି। ପ୍ରଶାସନିକ ଦଳ ବର୍ଷା ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଲୋକଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦେଇଛି। ଭୂ-ସ୍ଖଳନ ଯୋଗୁଁ ବଦ୍ରିନାଥ ରାଜପଥ ବନ୍ଦ ହୋଇଯାଇଛି। କେତେକ ରାସ୍ତାରେ ଭାରି ଯାନ ଚଳାଚଳ ବନ୍ଦ କରିଦିଆଇଛି। ପାଣିପାଗ ବିଭାଗ ଉତ୍ତରାଖଣ୍ଡରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଚେତାବନୀ ଜାରି କରିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories