ଭିଜିଲାନ୍ସ ଜାଲରେ ତହସିଲଦାର
କଳାହାଣ୍ଡି : କଳାହାଣ୍ଡି ଜିଲାର କର୍ଲାମୁଣ୍ଡା ତହସିଲଦାର ଅବନୀ କାନ୍ତ ସାହୁ ମଙ୍ଗଳବାର ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା ଅନୁସାରେ, କର୍ଲାମୁଣ୍ଡା ବ୍ଳକର ଦେଗାଁ ଗ୍ରାମର ଲାଲ ସାହେବ ସାହୁଙ୍କଠାରୁ ସେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଲାଲ ସାହେବଙ୍କ ୧୨ ଡିସିମିଲ ଜମିର ମିୟୁଟେସନ୍ କରିଦେବାପାଇଁ ସେ ଏହି ଲାଞ୍ଚ ନେଉଥିବା ଜଣାପଡ଼ିଛି।
Comments are closed.