www.samajalive.in
Friday, December 12, 2025
16.1 C
Bhubaneswar

ଟ୍ରାକ୍‌କୁ ଫେରିଲେ ଟ୍ରମ୍ପ ଓ ଜିନପିଙ୍ଗ; ଆମେରିକା-ଚୀନ ମଧ୍ୟରେ ବାଣିଜ୍ୟ ଆଲୋଚନା ପାଇଁ ରାଜି ହେଲେ

ଓସାକା: ଚୀନ ଏବଂ ଆମେରିକା ମଧ୍ୟରେ କିଛିଦିନ ଧରି ବାଣିଜ୍ୟିକ ଯୁଦ୍ଧ ଚାଲିବା ପରେ ବର୍ତ୍ତମାନ ଉଭୟ ଦେଶର ନେତା ଟ୍ରାକ୍‌କୁ ଫେରିଛନ୍ତି। ଦୁଇ ଦେଶ ମଧ୍ୟରେ ପୁଣି ଥରେ ବାଣିଜ୍ୟ ଆଲୋଚନା ଆରମ୍ଭ କରିବାକୁ ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଜି ହୋଇଛନ୍ତି। ଜାପାନର ରାଜଧାନୀ ଓସାକାଠାରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ସମୟରେ ଉଭୟ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ସମୟରେ ଏହି ସହମତି ପ୍ରକାଶ ପାଇଛି। ଆମେରିକା ଏହାର ରପ୍ତାନୀ ସାମଗ୍ରୀ ଉପରେ ନୂଆ ଟିକସ ଲାଗୁ କରିବ ନାହିଁ ବୋଲି ୱାଶିଂଟନ ରାଜି ହୋଇଥିବା ଚୀନର ଜିନୁଆ ନ୍ୟୁଜ ଏଜେନ୍ସି ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ଦୁଇଦେଶ ‘ସମାନତା ଏବଂ ପରସ୍ପରର ସମ୍ମାନ ପୂର୍ବକ’ ନୀତି ଆଧାରରେ କଥାବାର୍ତ୍ତା ହେବେ ବୋଲି କହିଛନ୍ତି।

ଆଲୋଚନା ସମୟରେ ଜିନପିଙ୍ଗ ଟ୍ରମ୍ପକୁ କହିଥିଲେ ଯେ, ଚୀନ ଏବଂ ଆମେରିକା ପରସ୍ପରକୁ ସହଯୋଗ କଲେ ସଫଳତା ପାଇପାରିବେ। କିନ୍ତୁ ଯୁଦ୍ଧ କଲେ ଉଭୟେ ପରାଜିତ ହେବେ। ଜିନପିଙ୍ଗ କହିଛନ୍ତି, ମୁଁ ଟମ୍ପ୍ରଙ୍କ ସହିତ ନିକଟରେ ଟେଲିଫୋନରେ କଥାବର୍ତ୍ତା ହେବା ସହିତ ଘନି​‌ଷ୍ଠ ସମ୍ପର୍କ ରଖିଛି। ଟ୍ରମ୍ପଙ୍କ ସହିତ ଆଲୋଚନା କରି ଦୁଇଦେଶର ସମ୍ପର୍କକୁ ପରବର୍ତ୍ତୀ ସୋପାନକୁ ନେବା ଲାଗି ସେ ଚାହୁଁଛନ୍ତି। ପରସ୍ପରକୁ ସହଯୋଗ, ସହାୟତା ଏବଂ ସ୍ଥିରତା ଆଧାରରେ ଆମେ ଚୀନ-ଆମେରିକା ସମ୍ପର୍କକୁ ଆଗକୁ ନେବା ଲାଗି ଉଦ୍ୟମ କରିବାକୁ ଚାହୁଁଛୁ ବୋଲି ଜିନପିଙ୍ଗ କହିଛନ୍ତି।

- Advertisement -

ସୂଚନାଯୋଗ୍ୟ, ଆମେରିକା ଏବଂ ଚୀନ ପରସ୍ପରକୁ ରପ୍ତାନୀ କରୁଥିବା ସାମଗ୍ରୀ ଉପରେ ୩୬୦୦୦ କୋଟି ଡଲାରରୁ ଅଧିକ ଟଙ୍କାର ଟିକସ ଲାଗୁ କରିବା ଫଳରେ ଅର୍ଥନୈତିକ ବଜାର ଏବଂ ଦୁଇ ଦେଶ ମଧ୍ୟରେ ଥିବା ବାରିଜ୍ୟିକ ବିଶ୍ଵାସ ପ୍ରଭାବିତ ହୋଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories