www.samajalive.in
Tuesday, December 9, 2025
16.1 C
Bhubaneswar

ଗୋପବନ୍ଧୁ ସ୍ମାରକ ତର୍କ ପ୍ରତିଯୋଗିତା ‘ଓଜସ୍ବିନୀ ଓଡିଶା’ ଆରମ୍ଭ

ଭୁବନେଶ୍ବର : ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୧ତମ ପବିତ୍ର ଶ୍ରାଦ୍ଧୋତ୍ସବ ଅବସରରେ ତରୁଣ ପିଢ଼ିର ଚିନ୍ତା ଓ ଚେତନାର ଅନନ୍ୟ ପରିପ୍ରକାଶ ପାଇଁ ‘ସମାଜ’ ପକ୍ଷରୁ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଶନିବାରଠାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଜିଲା ଓ ରାଜ୍ୟସ୍ତରୀୟ ତର୍କ ପ୍ରତିଯୋଗିତା ପାଇଁ ଆରମ୍ଭ ହୋଇଛି । କନିଷ୍ଠ ବିଭାଗ ଓ ବରିଷ୍ଠ ବିଭାଗ ଦୁଇଟି ବିଭାଗରେ ତର୍କ ପ୍ରତିଯୋଗିତା ଆରମ୍ଭ ହୋଇଛି । କନିଷ୍ଠ ବିଭାଗରେ ଅଷ୍ଟମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଓ ବରିଷ୍ଠ ବିଭାଗରେ +୨ ଏବଂ +୩ ବା ସମାନ ଶ୍ରେଣୀର ଛାତଛାତ୍ରୀ ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଯଥାକ୍ରମେ ୫ ହଜାର, ୩ ହଜାର ଓ ୨ ହଜାର ଟଙ୍କା ଲେଖାଏଁ ଜିଲାସ୍ତରୀୟ ପୁରସ୍କାର ରାଶି ପ୍ରଦାନ କରାଯିବ । ସେହିପରି ରାଜ୍ୟସ୍ତରୀୟ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ୨୦ ହଜାର, ୧୫ ହଜାର ଓ ୧୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ ।

- Advertisement -

ଭୁବନେଶ୍ବର ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ବରିଷ୍ଠ ବିଭାଗ ତର୍କ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀ ଏବଂ ଉପସ୍ଥିତ ବିଚାରକ ମଣ୍ଡଳୀ

ଭୁବନେଶ୍ବରରେ ଅନୁଷ୍ଠିତ କନିଷ୍ଠ ବିଭାଗ ତର୍କ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀ ଏବଂ ଉପସ୍ଥିତ ବିଚାରକ ମଣ୍ଡଳୀ

କୋରାପୁଟରେ ଅନୁଷ୍ଠିତ ତର୍କ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀ ଏବଂ ଉପସ୍ଥିତ ବିଚାରକ ମଣ୍ଡଳୀ

 

 

 

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories