www.samajalive.in
Sunday, December 14, 2025
15.1 C
Bhubaneswar

ଆଇସିସି ଦିନିକିଆ ମାନ୍ୟତାରେ ଭାରତ ୧ନଂ

ଦୁବାଇ :  ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଗୁରୁବାର ଏକ ସ୍ମରଣୀୟ ଦିବସ । ଆଇସିିସି ଦିନିକିଆ ମାନ୍ୟତାରେ ଭାରତ ୧ନଂ ସ୍ଥାନ ଅଧିକାର କରିଥିବା ବେଳେ କ୍ରିକେଟ ବିଶ୍ବକପ୍‌ରେ ୱେଷ୍ଟଇଣ୍ଡିଜ୍ କୁ ପରାସ୍ତ କରି କ୍ରମାଗତ ୫ମ ବିଜୟ ହାସଲ କରିଛି।  ଚଳିତ ବିଶ୍ବକପ୍‌ରେ କ୍ରମାଗତ ୨ଟି ପରାଜୟ ପରେ ଆୟୋଜକ ଇଂଲଣ୍ଡ ଠାରୁ ଆଇସିିସି ଦିନିକିଆ ମାନ୍ୟତା ଛଡ଼ାଇ ନେଇଛି ଭାରତ । ଗୁରୁବାର ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ପ୍ରକାଶିତ ଦିନିକିଆ ଦଳଗତ ମାନ୍ୟତାରେ ଭାରତ ୧ନଂ ସ୍ଥାନରେ ରହିଛି। ଚଳିତ ବିଶ୍ବକପ୍‌ରେ ପ୍ରଭାବଶାଳୀ ପ୍ରଦର୍ଶନ କରିବା ଯୋଗୁଁ ଭାରତର ମାନ୍ୟତାରେ ଉନ୍ନତି ଘଟିଛି । ଗୁରୁବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ​ରେ ମୁକାବିଲା ପୂର୍ବରୁ ଭାରତ ଏହି ବିଶ୍ବକପ୍‌ରେ ୫ଟି ମ୍ୟାଚ୍ ଖେଳି ୪ଟି ଜିତିଛି ଏବଂ ଏହାର ଗୋଟିଏ ମ୍ୟାଚ୍ ବାତିଲ ହୋଇଛି।
ଅନ୍ୟପକ୍ଷରେ ବିଶ୍ବର ୧ନଂ ଦିନିକିଆ ମାନ୍ୟତା ଏବଂ ଗତ ୨ ବର୍ଷ ହେଲା ଦିନିକିଆ କ୍ରିକେଟ୍‌​ରେ ଚମତ୍କାର ପ୍ରଦର୍ଶନ କରି ବିଶ୍ବକପ୍‌ରେ ଫେଭରିଟ୍ ଲକେଟ୍‌ ପିନ୍ଧି ଓହ୍ଲାଇଥିଲା ଇଂଲଣ୍ଡ। ତେବେ ଦୁଇ ଏସୀୟ ଦଳ ପାକିସ୍ତାନ ଓ ଶ୍ରୀଲଙ୍କାଠାରୁ ଇଂଲଣ୍ଡ ପରାସ୍ତ ହୋଇଛି। ୬ଟି ମ୍ୟାଚ୍‌ରୁ ୮ ପଏଣ୍ଟ ପାଇଥିବା ଇଂଲଣ୍ଡର ସେମିଫାଇନାଲ ଖେଳିବା ମଧ୍ୟ ଆଶଙ୍କାରେ ପଡ଼ିଯାଇଛି। ଗୁରୁବାର ଆଇସିସି ପକ୍ଷରୁ ପ୍ରକାଶ ପାଇଥିବା ଦିନିକିଆ ଦଳଗତ ମାନ୍ୟତାର ଶୀର୍ଷରେ ଥିବା ଭାରତ ସର୍ବାଧିକ ୧୨୩ ପଏଣ୍ଟ ପାଇଛି। ୨ୟ ସ୍ଥାନକୁ ଖସି ଆସିଥିବା ଇଂଲଣ୍ଡ ୧୨୨ ପଏଣ୍ଟରେ ରହିଛି। ୧୧୪ ପଏଣ୍ଟ ସହ ନ୍ୟୁଜିଲାଣ୍ଡ ୩ୟ ସ୍ଥାନରେ ରହିଛି। ତେବେ ଆଗକୁ ଉଭୟ ଭାରତ ଓ ଇଂଲଣ୍ଡକୁ ଚଳିତ ବିଶ୍ବକପ୍‌ରେ ଏକାଧିକ ମ୍ୟାଚ୍‌ ଖେଳିବାର ଥିବାରୁ ଏହି ମାନ୍ୟତାରେ ପରିବର୍ତ୍ତନ ହୋଇପାରେ। ଭାରତ ଯଦି ତା’ର ବାକି ୪ଟିରୁ ୩ଟି ମ୍ୟାଚ୍ ଜିତିନିଏ; ତେବେ ଇଂଲଣ୍ଡ ମ୍ୟାଚ୍‌ର ଫଳାଫଳ ଯାହା ହେଉ ନା କାହିଁକି; ଭାରତ ୧ନଂ ସ୍ଥାନରେ ରହିବ। ଅନ୍ୟପକ୍ଷ​ରେ ‌ଇଂଲଣ୍ଡ ଯଦି ତା’ର ଶେଷ ୩ଟିଯାକ ମ୍ୟାଚ୍ ଜିତିନିଏ ଏବଂ ଭାରତ ୨ଟି ମ୍ୟାଚ୍‌ରେ ପରାସ୍ତହୁଏ; ତେବେ ଇଂଲଣ୍ଡ ପୁଣି ୧ନଂ ମାନ୍ୟତା ଫେରି ପାଇପାରେ। ଚଳିତ ବିଶ୍ବକପ୍‌ ପୂର୍ବରୁ ୪ନଂ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ୭ଟିରୁ ୬ଟି ମ୍ୟାଚ୍ ହାରିବା ଫଳରେ ୫ମ ସ୍ଥାନକୁ ଖସିଆସିଛି। ପୁଣି ଚମତ୍କାର ପ୍ରଦର୍ଶନ କରି ୭ଟି ମ୍ୟାଚ୍‌ରୁ ୬ଟି ଜିତିଥିବା ଅଷ୍ଟ୍ରେଲିଆ ଏହାକୁ ପଛରେ ପକାଇ ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ଅଷ୍ଟ୍ରେଲିଆ ୧୧୨ ପଏଣ୍ଟ ପାଇଥିବା ବେଳେ ୪ର୍ଥ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ୫ମ ସ୍ଥାନରେ ରହିଛି। ଏମାନଙ୍କ ପଛକୁ ଥିବା ଦଳମାନେ ହେଲେ ପାକିସ୍ତାନ (୬ଷ୍ଠ), ବାଂଲାଦେଶ (୭ମ), ଶ୍ରୀଲଙ୍କା (୮ମ), ୱେଷ୍ଟଇଣ୍ଡିଜ୍ (୯ମ) ଓ ଆଫ୍‌ଗାନିସ୍ତାନ (୧୦ମ)। ଚଳିତ ବିଶ୍ବକପ୍ ପରେ ଏହି ମାନ୍ୟତା​​‌ରେ ‌କିଛି ପରିବର୍ତ୍ତନ ହୋଇପାରେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories