www.samajalive.in
Saturday, December 6, 2025
16.1 C
Bhubaneswar

ନୀରବ ମୋଦୀଙ୍କ ସୁଇସ୍‌ ବ୍ୟାଙ୍କ ଆକାଉଣ୍ଟ ସିଜ୍‌; ୨୮୩ କୋଟି ଜବତ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନବି)ର ୧୩ ହଜାର କୋଟି ଟଙ୍କା ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦୀଙ୍କ ବିରୋଧରେ ପୁଣି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତଦନ୍ତକାରୀ ସଂସ୍ଥା ନୀରବ ମୋଦୀ ଏବଂ ତାଙ୍କ ଭଉଣୀ ପୂର୍ବୀ ମୋଦୀଙ୍କ ନାମରେ ସୁଇଜରଲାଣ୍ଡର ସୁଇସ୍‌ ବ୍ୟାଙ୍କରେ ଥିବା ୪ଟି ଆକାଉଣ୍ଟକୁ ସିଜ୍‌ କରିଛି। ଏସବୁ ଆକାଉଣ୍ଟରେ ପାଖାପାଖି ୨୮୩ କୋଟି ୧୬ ଲକ୍ଷ ଟଙ୍କା ଜମା ରହିଥିଲା। ଏସବୁ ଟଙ୍କାକୁ ଜବତ କରାଯାଇଛି।

ଏହି ମାମଲାରେ ସୁଇସ୍‌ ବ୍ୟାଙ୍କ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ଭାରତର ଅନୁରୋଧ ପରେ ବ୍ୟାଙ୍କ ପକ୍ଷରୁ ନୀରବ ଏବଂ ପୂର୍ବୀ ମୋଦୀଙ୍କ ୪ଟି ଆକାଉଣ୍ଟ ସମ୍ବନ୍ଧିତ ତଥ୍ୟ ଦିଅଯାଇଛି, ଯାହାକୁ ସିଜ୍‌ କରାଯାଇଛି। ଏହା ପୂର୍ବରୁ ଗତ ବୁଧବାର ମାମଲାର ୨ୟ ଅଭିଯୁକ୍ତ ମେହୁଲ ଚୋକ୍‌ସୀଙ୍କୁ ଆଣ୍ଟିଗୁଆ ପକ୍ଷରୁ ଭାରତକୁ ପ୍ରତ୍ୟର୍ପଣ କରାଯିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଆଣ୍ଟିଗୁଆ ସରକାର ଚୋକସୀଙ୍କ ନାଗରିକତା ରଦ୍ଦ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।

- Advertisement -

ବର୍ତ୍ତମାନ ନୀରବ ମୋଦୀ ଲଣ୍ଡନରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ସେଠାରେ ସେ ଜାମିନ ପାଇଁ ୪ଥର ଆବଦେନ କରିଥିଲେ ହେଁ କୋର୍ଟ ତାହାକୁ ପ୍ରତିଥର ଖାରଜ କରିଦେଇଛନ୍ତି। ସୂଚନାଯୋଗ୍ୟ, ୨୦୧୮ ଫେବୃୟାରୀରେ ପିଏନବି ଠକେଇ ସାମ୍ନାକୁ ଆସିଥିଲା। ସେବେଠାରୁ ନୀରବ ମୋଦୀ ଏବଂ ମେହୁଲ ଚୋକ୍‌ସୀ ଭାରତରୁ ଫେରାର ହୋଇ ବିଦେଶରେ ଲୁଚିଛନ୍ତି। ଗତ ମାର୍ଚ୍ଚ ୧୯ରେ ନୀରବ ମୋଦୀଙ୍କୁ ଲଣ୍ଡନରେ ଗିରଫ କରାଯାଇଥିଲା। ସିବିଆଇ ଏବଂ ଇଡି ଏହି ମାମଲାର ତଦନ୍ତ କରୁଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories