www.samajalive.in
Friday, December 12, 2025
27.1 C
Bhubaneswar

ଭଦ୍ରକ ମଦମୃତ୍ୟୁ ମାମଲା: ବ୍ୟୋମକେଶଙ୍କ ବିରୋଧରେ ମାନବାଧିକାର କମିଶନଙ୍କୁ ଭେଟିଲା ବିଜେପି

ଭଦ୍ରକ : ବହୁ ଚର୍ଚ୍ଚିତ ଭଦ୍ରକ ମଦମୃତ୍ୟୁ ମାମଲାରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ବିରୋଧରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର ମାନବାଧିକାର କମିଶନ ନିକଟରେ ଅଭିଯୋଗ କରିଛି ।

ଭଦ୍ରକ ମଦମୃତ୍ୟୁ ମାମଲାରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ସପୃକ୍ତି ଅଭିଯୋଗ ଆଣି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ଦାବି କରିଛି । ବିଜେପି ନେତା ମନମୋହନ ସାମଲଙ୍କ ନେତୃତ୍ୱାଧୀନ ପ୍ରତିନିଧି ମଣ୍ଡଳୀ ଅଭିଯୋଗ କରିଛି ଯେ  ଭଦ୍ରକରେ ବିଷାକ୍ତ ମଦ ପିଇ ୧୨ଜଣ ପ୍ରାଣ ହରାଇଥିବା ବେଳେ ୮୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିଲେ। ରାଜ୍ୟ ସରକାର ଏହି ମାମଲାର ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇନାହାନ୍ତି । ଏହି ଘଟଣାରେ ମାତ୍ର ଜଣକୁ ଗିରଫ କରିବା ପରେ ଆରଡିସି କମିଶନ ଘୋଷଣା କରି ରାଜ୍ୟ ସରକାର ଚୁପ ବସିଛନ୍ତି। ଏହି ମାମଲାରେ ମୃତକଙ୍କ ପରିବାରବର୍ଗଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ଦାବି କରିଛି ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories