www.samajalive.in
Tuesday, December 9, 2025
16.1 C
Bhubaneswar

ଅସୁସ୍ଥତା କାରଣରୁ ଡ଼ାକ୍ତରଖାନାରେ ଭର୍ତ୍ତି ହେଲେ ବ୍ରାୟନ ଲାରା

ମୁମ୍ବଇ : ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ କ୍ରିକେଟର ତଥା ପୂର୍ବତନ ବ୍ୟାଟ୍ସମ୍ୟାନ ମଙ୍ଗଳବାର ଅସୁସ୍ଥତା କାରଣରୁ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା କାରଣରୁ ନାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ମୁମ୍ବାଇର ଗ୍ଲୋବାଲ ହସ୍ପିଟାଲରେ ଲାରାଙ୍କୁ ଭର୍ତ୍ତି କରାଯାଇଛି । ଏହି ୫୦ ବର୍ଷିୟ କ୍ରିକେଟର ଚଳିତ ବିଶ୍ୱକପରେ ଷ୍ଟାର ସ୍ପୋର୍ଟସର କ୍ରିକେଟ କମେଣ୍ଟ୍ରି ଟିମରେ ରହିଛନ୍ତି । ତେଣୁ କ୍ରିକେଟ ବିଶେଷଜ୍ଞ ଭାବେ କମେଣ୍ଟ୍ରି ପାଇଁ ଲାରା ଏବେ ମୁମ୍ବଇରେ ରହିଛନ୍ତି । ମିଳିଥିବା ସୂଚନା ମୁତାବକ, ମୁମ୍ବାଇରେ ଏକ କାର୍ୟ୍ୟକ୍ରମରେ ଯୋଗ ଦେଇଥିବା ବେଳେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିବା ଜଣାଇଥିଲେ । ଆଉ ସଙ୍ଗେ ସଙ୍ଗେ ଲାରାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଲାରା ୧୩୧ ଟେଷ୍ଟରୁ ୫୨.୮୯ ଆଭରେଜରେ ୧୧,୯୫୩ ରନ୍‌ କରିଥିବାବେଳେ ୨୯୯ ଦିନିକିଆରେ ୪୦.୧୭ ହାରରେ ୧୦,୪୦୫ ରନ୍‌ କରିଛନ୍ତି। ଏହି କିମ୍ବଦନ୍ତୀ ବାମହାତୀ ଖେଳାଳି ୨୦୦୪ରେ ଏକ ଟେଷ୍ଟ ମ୍ୟାଚ୍‌ରେ ୪୦୦ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ, ଯାହାକି ଏବେ ମଧ୍ୟ ଟେଷ୍ଟ ଫର୍ମାଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories