www.samajalive.in
Friday, December 5, 2025
20.1 C
Bhubaneswar

ଅଖିଳେଶଙ୍କ ସହ ସବୁଦିନ ପାଇଁ ମେଣ୍ଟ ଭାଙ୍ଗିଲା ବିଏସପି

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ସହ ମିଶି ନିର୍ବାଚନ ଲଢ଼ିବାକୁ ବହୁଜନ ସମାଜ ପାର୍ଟି(ବିଏସପି) ମୁଖ୍ୟ ମାୟାବତୀ ଦ୍ବାର ଖୋଲା ରଖିଥିଲେ। କିନ୍ତୁ ସୋମବାର ସେ ତାଙ୍କ ନିଷ୍ପତ୍ତି ବଦଳାଇ ଦେଇଛନ୍ତି। ଅଖିଳେଶଙ୍କ ପାଇଁ ବିଏସପିର ସବୁ ଦ୍ବାର ବନ୍ଦ କରିଦେବା ସହିତ ବିଧାନସଭା ନିର୍ବାଚନରେ ଦଳ ଏକାକୀ ଲଢ଼ିବ ବୋଲି ମାୟାବଦୀ ସୂଚନା ଦେଇଛନ୍ତି। ଏହା ସହ ସମାଜବାଦୀ ପାର୍ଟି ସହିତ ତାଙ୍କ ଦଳ ସବୁଦିନ ପାଇଁ ମେଣ୍ଟ ଭାଙ୍ଗିଲା ବୋଲି ମାୟାବତୀ ଟ୍ବିଟ୍‌ କରି ଜଣାଇଛନ୍ତି।

ରାଜ୍ୟର ଏହି ଦୁଇଟି ବୃହତ୍ତ ଆଞ୍ଚଳିକ ଦଳ ଦୀର୍ଘଦିନର ବିବାଦକୁ ଭୁଲ ଗତବର୍ଷ ମହାମେଣ୍ଟ ଗଠନ କରିଥିଲେ। ଉଦ୍ଦେଶ୍ୟ ଥିଲା ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ମାତ୍‌ ଦେବା। କିନ୍ତୁ ଏସପି-ବିଏସପି ମହାମେଣ୍ଟ ବିଜେପିକୁ ରୋକିବାରେ ବିଫଳ ହୋଇଥିଲା। ୮୦ ଲୋକସଭା ଆସନରୁ ବିଜେପି ୬୨ ଆସନରେ ବିଜୟୀ ହୋଇଥିଲା। ମହାମେଣ୍ଟକୁ ୧୫ ଆସନ ମିଳିଥିବା ବେଳେ ସେଥିରୁ ବିଏସପି ୧୦ ଏବଂ ଏସପି ୫ଟି ଆସନରେ ଜିତିଥିଲା।

- Advertisement -

ମାୟାବତୀ କହିଛନ୍ତି, ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟିର ବ୍ୟବହାର ତାଙ୍କୁ ବ୍ୟଥିତ କରିଛି। ନିର୍ବାଚନରେ ବିଫଳତା ପରେ ଅଖିଳେଶ ତାଙ୍କୁ ଦିନେ ଭେଟି ନାହାନ୍ତି କି ଫୋନ ବି କରିନାହାନ୍ତି। ତେଣୁ ସେ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି। ଦଳର ସ୍ବାର୍ଥ ଦୃଷ୍ଟିରୁ ବିଏସପି ଆଗାମୀ ଭବିଷ୍ୟତରେ ସମସ୍ତ ନିର୍ବାଚନ ଏକା ଲଢ଼ିବ। ରବିବାର ଦିନ ପ୍ରାୟ ଅଢ଼େଇ ଘଣ୍ଟା ଧରି ମାୟାବତୀ ନିର୍ବାଚନରେ ଦଳର ପ୍ରଦର୍ଶନର ସମୀକ୍ଷା କରିବା ପରେ ଏପରି ଟ୍ବିଟ୍‌ କରିଛନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories