www.samajalive.in
Friday, December 12, 2025
15.1 C
Bhubaneswar

ଉପରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ଶକ୍ତି ମନ୍ତ୍ରୀ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଶନିବାର ନୂଆଦିଲ୍ଲୀରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ସାକ୍ଷାତ କରିଛନ୍ତି। ଶସ୍ତାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ତାଙ୍କ ମନ୍ତ୍ରାଳୟ ନେଇଥିବା ପଦକ୍ଷେପଗୁଡ଼ିକ ସଂକ୍ରାନ୍ତରେ ଡକ୍ଟର ହର୍ଷ ବର୍ଦ୍ଧନ ଉପରାଷ୍ଟ୍ରପତିଙ୍କୁ ଅବଗତ କରାଇଛନ୍ତି। ଆନ୍ଧ୍ରପ୍ରଦେଶର ମଙ୍ଗଳଗିରି ଓ ତେଲଙ୍ଗାନାର ବିବିନଗରଠାରେ ଦୁଇଟି ଏମସ୍‍ ସ୍ଥାପନର ସ୍ଥିତାବସ୍ଥା ବିଷୟରେ ଉପରାଷ୍ଟ୍ରପତି ନାଇଡୁ ତାଙ୍କଠାରୁ ପଚାରି ବୁଝିଛନ୍ତି ଓ ଦୁଇଟିଯାକ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଛନ୍ତି।

ଶକ୍ତି ମନ୍ତ୍ରୀ ରାଜକୁମାର ସିଂହ ମଧ୍ୟ ଶନିବାର ଉପରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି। ଶକ୍ତି ମନ୍ତ୍ରାଳୟ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ସେ ଉପରାଷ୍ଟ୍ରପତିଙ୍କୁ ଜଣାଇଛନ୍ତି। ବିଦ୍ୟୁତ୍‍ କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକ ପାଇଁ ଉପରାଷ୍ଟ୍ରପତି ତାଙ୍କର ପ୍ରଶଂସା କରି ସେଗୁଡ଼ିକର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି। ବିଜୁଳୀର ଗୁରୁତ୍ୱ ବିଷୟ ଉଲ୍ଲେଖ କରି ବିଜୁଳୀ ଯାଇନଥିବା ଅଞ୍ଚଳକୁ ବିଦ୍ୟୁତ୍‍ ଯୋଗାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଶ୍ରୀ ନାଇଡୁ ପରାମର୍ଶ ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories