www.samajalive.in
Thursday, December 11, 2025
23.1 C
Bhubaneswar

ସବୁଠୁ ବିଶ୍ୱସନୀୟ ଦୂରଦର୍ଶନ – ଜାଭଡେକର

ଶ୍ରୀନଗର: ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ଦୂରଦର୍ଶନର ୟୁ.ଏସ୍‍.ପି. ହେଉଛି ସବୁଠୁ ବିଶ୍ୱସନୀୟ ଓ ଡି.ଡି. ହେଉଛି ସର୍ବବୃହତ ଡି.ଟି.ଏଚ୍‍. ସେବା। ଶ୍ରୀନଗରଠାରେ ମାଗଣା ଦୂରଦର୍ଶନ ଡିଟିଏଚ ସେଟ ଟପ ବକ୍ସ ବଣ୍ଟନ ଉତ୍ସବରେ ଉଦ୍‍ବୋଧନ ଦେଇ ସେ କହିଛନ୍ତି, ଦେଶରେ ପ୍ରାୟ ପ୍ରତ୍ୟେକ ଭାଷାର ୭୦୦ ଟିଭି ଚ୍ୟାନେଲ୍‍ କାର୍ଯ୍ୟ କରୁଛି। ବର୍ତ୍ତମାନ ସୁଦ୍ଧା ୯କୋଟି ଟିଭି ଡି.ଟି.ଏଚ୍‍. ସହ ସଂଯୋଗ ହୋଇଥିବାରୁ ସେ ଆନନ୍ଦ ଅନୁଭବ କରୁଛନ୍ତି। ମନ୍ତ୍ରୀ କହିଛନ୍ତି, ଆଜିଠାରୁ ଏକ ଯୋଜନାରେ ଦେଶରେ ମାଗଣା ଡିଟିଏଚ ସେଟ ଟପ ବକ୍ସ ବଣ୍ଟନ କରାଯିବ। ସେ ଡି.ଡି. କାଶୀରର ନୂଆ ସିଗ୍‍ନେଚର ଟ୍ୟୁନ୍‍ର ଶୁଭାରମ୍ଭ କରିଛନ୍ତି।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଡୋଗ୍ରୀ ସମ୍ବାଦ ବୁଲେଟିନ୍‍ର ଶୁଭାରମ୍ଭ କରିଛନ୍ତି। ପ୍ରସାରଭାରତୀ ଚେୟାରମ୍ୟାନ୍‍ ଡକ୍ଟର ସୂର୍ଯ୍ୟ ପ୍ରକାଶ କହିଛନ୍ତି, ଡି.ଡି. କାଶୀର ଏକ ନୂଆ ସିଗ୍‍ନେଚର ଟ୍ୟୁନ୍‍ ପାଇଥିବାରୁ ଏହା ତାହା ପାଇଁ ଏକ ଉଲ୍ଲେଖନୀୟ ସଫଳତା। ଦୂରଦର୍ଶନ ଡି.ଜି. ଡକ୍ଟର ସୁପ୍ରିୟା ସାହୁ ତାଙ୍କର ସ୍ୱାଗତ ଭାଷଣରେ କହିଛନ୍ତି, ବନ୍ୟା କିମ୍ବା ଅନ୍ୟାନ୍ୟ ବିପତ୍ତି ସମୟରେ ଡି.ଡି. କାଶୀର୍‍ କେବେ ଏହାର ସେବା ବନ୍ଦ କରିନାହିଁ। ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଆଜିର ସଫଳତାକୁ ଏକ ନୂଆ ଅୟମାରମ୍ଭ ବୋଲି ବର୍ଣ୍ଣନା କରିଛନ୍ତି। ପରେ ହିତାଧିକାରୀମାନଙ୍କୁ ଡିଟିଏଚ ସେଟ ଟପ ବକ୍ସ ବଣ୍ଟନ କରାଯାଇଥିଲା।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories