ମୁମ୍ବଇ : ବଲିଉଡ଼ର ପ୍ରସିଦ୍ଧ ଅଭିନେତା ଧର୍ମେନ୍ଦ୍ର ପ୍ରଥମ ଥର ପାଇଁ ହରର୍-କମେଡ଼ି ଚଳଚ୍ଚିତ୍ରରେ ନଜର ଆସିବେ। ଲେଖକ ତଥା ନିର୍ଦ୍ଦେଶକ ମନୋଜ ଶର୍ମା ତାଙ୍କ ଆଗାମୀ ହରର୍-କମେଡ଼ି ଚଳଚ୍ଚିତ୍ର ‘ଖଲୀବଲୀ’ ପାଇଁ ଧର୍ମେନ୍ଦ୍ରଙ୍କୁ ଚୁକ୍ତିବଦ୍ଧ କରିଛନ୍ତି। ସୂଚନା ଅନୁସାରେ, ଚଳଚ୍ଚିତ୍ରର ଶୁଟିଂ ମୁମ୍ବଇରେ ଆରମ୍ଭ ହୋଇଯାଇଛି। ଏଥିରେ ସେ ଜଣେ ମନୋଚିକିତ୍ସକ ଭୂମିକାରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରରେ ଧର୍ମେନ୍ଦ୍ରଙ୍କ ବ୍ୟତୀତ ରଜନୀଶ ଦୁଗଲ, ବିଜୟ ରାଜ, ଏକତା ଜୈନ, କାୟନାତ ଅରୋଡ଼ା, ୟୋଗେଶ ଲଖାନୀ ଏବଂ ଅସରାନୀ ପ୍ରମୁଖ କଳାକାରଙ୍କୁ ଦେଖିବାକୁ ମିଳିବ।
ପ୍ରଥମ ଥର ପାଇଁ ହରର୍-କମେଡ଼ି ଚଳଚ୍ଚିତ୍ରରେ ନଜର ଆସିବେ ଧର୍ମେନ୍ଦ୍ର
Popular Categories



