www.samajalive.in
Thursday, December 11, 2025
18.1 C
Bhubaneswar

ଓମ୍‌ ବିର୍ଲା ହେବେ ଲୋକସଭାର ନୂଆ ବାଚସ୍ପତି

ନୂଆଦିଲ୍ଲୀ: ସପ୍ତଦଶ ଲୋକସଭାର ନୂଆ ବାଚସ୍ପତି ହେବେ ବିଜେପି ସାସଂଦ ଓମ୍‌ ବିର୍ଲା। ସେ ରାଜସ୍ଥାନର କୋର୍ଟ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କୁ ବାଚସ୍ପତି କରାଯିବା ନେଇ ବିଜେପି ନେତୃବୃନ୍ଦମାନେ ନିଷ୍ପତ୍ତି ନେବା ପରେ ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ସେ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଆଶା କରାଯାଉଛି। ଓମ ବିର୍ଲା କୋଟାରୁ ୨ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବାବେଳେ ଦକ୍ଷିଣ କୋଟା ବିଧାନସଭା ଆସନରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ସେ କଂଗ୍ରେସ ରାମନାରାଏନ ମୀନାଙ୍କୁ ୨ଲକ୍ଷ ୭୯ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ତେବେ ଲୋକସଭା ବାଚସ୍ପତି ଆସନ ପାଇଁ ପି.ପି. ଚୌଧୁରୀ ଏବଂ ଏସ.  ଏସ. ଆହ୍ଲୁୱାଲିଆଙ୍କ ନାମ ଚର୍ଚ୍ଚାକୁ ଆସିଥିଲା। କିନ୍ତୁ ବିଜେପି ନେତୃତ୍ଵ ଓମ୍‌ ବିର୍ଲାଙ୍କ ନାମ ଚୂଡ଼ାନ୍ତ କରିଛନ୍ତି। ବର୍ତ୍ତମାନ ଟିକମଗଡ଼ ସାଂସଦ ବିରେନ୍ଦ୍ର କୁମାର ଲୋକସଭାର କାମଚଳା ବାଚସ୍ପତି ଭାବେ ଦାୟିତ୍ଵରେ ରହିଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories