www.samajalive.in
Monday, December 8, 2025
27.1 C
Bhubaneswar

୧ କୋଟିରୁ ଊର୍ଦ୍ଧ୍ଵ ମୂଲ୍ୟର ବ୍ରାଉନସୁଗାର ଜବତ, ୪ ଗିରଫ

ବାଲେଶ୍ଵର: ବାଲେଶ୍ଵର ସହର ନିକଟ ତଥା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଦହପଡ଼ା ଛକ ନିକଟରୁ ପୁଲିସ ୧ କିଲୋଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହାର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଏକ କାରରେ ବ୍ରାଉନସୁଗାର ଚାଲାଣ କରାଯାଉଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ଫଳରେ ସହଦେବଖୁଣ୍ଟା ପୁଲିସ ପକ୍ଷରୁ ଦହପଡ଼ା ଛକ ନିକଟରେ ଉକ୍ତ କାରକୁ ଅଟକାଯାଇ ଚଢ଼ାଉ କରାଯାଇଥିଲା। କାରକୁ ଯାଞ୍ଚ କରିବା ସମୟରେ ସେଥରୁ ଏହି ବ୍ରାଉନସୁଗାର ମିଳିଥିଲା। ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ୪ ଜଣଙ୍କୁ ଅଟକ ରଖିଛି। ଗିରଫ ଅଭିଯୁକ୍ତମାନଙ୍କଠାରୁ ଏକ ଦାମୀ କାର(ଓଡି ୦୧ ଡବ୍ଲ୍ୟୁ ୭୯୯୫) ଜବତ କରାଯାଇଛି। ଏହି ବ୍ରାଉନସୁଗାର କେଉଁଠୁ ଆସୁଥିବା ଏବଂ କେଉଁଆଡ଼ ଯାଉଥିଲା ସେନେଇ ପୁଲିସ ତଦନ୍ତ ଚଳାଇଛି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories