www.samajalive.in
Friday, December 12, 2025
16.1 C
Bhubaneswar

ଦେଉଳିଆରେ ଧରାବାଗୁଡି ପ୍ରତିଯୋଗିତା 

ବଡ଼ସାହି : ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଦେଉଳିଆ ଗ୍ରାମରେ ରଜପର୍ବ ଉପଲକ୍ଷେ ରବିବାର ୭୩ତମ କୌଶଲ୍ୟା ମେମୋରିଆଲ ଧରାବାଗୁଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପୂର୍ବ ବର୍ଷ ମାନଙ୍କ ପରି ଚଳିତ ବର୍ଷ ମଧ୍ୟ ତିନିଦିନ ବ୍ୟାପି ଅନୁଷ୍ଠିତ ପ୍ରତିଯୋଗିତାରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ଖେଳ କେପିଏସ୍‍ ଦଳ ଓ ସୁହାଗପୁର ଦଳ ମଧ୍ୟରେ ହୋଇଥିଲା। ସଂଘର୍ଷପୂର୍ଣ୍ଣ ଖେଳରେ କେପିଏସ୍‍ ଦଳ ବିଜୟୀ ହୋଇ ଚଳିତ ବର୍ଷ ଚମ୍ପିଆନ ହୋଇଛି। ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବେ ଦେଉଳିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଜୟ ମହାଳିକ, ପୂର୍ବତନ ସମିତିସଭ୍ୟ ରାଧାଗୋବିନ୍ଦ ଦେହୁରୀ ପ୍ରମୁଖ ଯୋଗଦେଇ ବିଜୟୀ ଓ ରନର୍ସ ଅପ୍‍ ଦଳକୁ ପୁରସ୍କାର ରାଶି ପ୍ରଦାନ କରିଥିଲେ। ନିରାକାର ସଦୁଆଳ ଓ ଅସିତ୍‍ ରଞ୍ଜନ ସଦୁଆଳ ଖେଳ ପରିଚାଳନା କରିଥିବା ବେଳେ ଏହି ଧରାବାଗୁଡି କମିଟିର ସଞ୍ଜିତ ବେହେରା, ଦିଲ୍ଲିପ ସିଂ, ମନୋରଞ୍ଜନ ଲେଙ୍କା, ଆଦିତ୍ୟ ବେହେରା, ଅନଙ୍ଗ ସଦୁଆଳ, ଅଜୟ ମଲିକ, ରବିନ୍ଦ୍ର ଗଜେନ୍ଦ୍ର ମହାପାତ୍ର ଓ ଗଣେଶ୍ୱର ମହାପାତ୍ରଙ୍କ ସମେତ କିମଟିର ସମସ୍ତ ସଦସ୍ୟ ଏଥିରେ ସହଯୋଗ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories