www.samajalive.in
Thursday, December 11, 2025
14.1 C
Bhubaneswar

ଲୋକସଭାରେ କଂଗ୍ରେସ ଦଳ ନେତା ପଦ ଦୌଡ଼ରେ ଅଧୀର, ମନୀଷ ଏବଂ ଶଶି ଥରୁର

ନୂଆଦିଲ୍ଲୀ : ସପ୍ତଦଶ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଭାବେ ସୋନିଆ ଗାନ୍ଧୀଙ୍କୁ ଚୟନ କରାଯିବା ପରେ ଏବେ ଲୋକସଭାରେ ଦଳର ନେତା ପଦକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। ଏହି ପଦ ପାଇଁ ୩ ବରିଷ୍ଠ ନେତାଙ୍କ ନାମ ଚର୍ଚ୍ଚାରେ ରହିଥିବା ଦଳୀୟ ସୂତ୍ରରୁ ଜାଣିବାକୁ ମିଳିଛି। ପ୍ରକାଶ ଯେ ଷଷ୍ଠଦଶ ଲୋକସଭାରେ ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସ ଦଳର ନେତା ଥିଲେ। ଏନେଇ ସୋମବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବାସଭବନରେ ବୈଠକ ହୋଇଛି। ଏହି ବୈଠକରେ ସୋନିଆ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଉପସ୍ଥିତ ଥିଲେ। ଫଳରେ ରାହୁଲ ଗାନ୍ଧୀଙ୍କୁ ଲୋକସଭାରେ ନୂଆ ସାଂସଦଙ୍କ ଶପଥ ଗ୍ରହଣ ଉତ୍ସବରେ ଦେଖିବାକୁ ମିଳିନଥିଲା ।
ଲୋକସଭାରେ ବିରୋଧୀ ଦଳ ନେତା ହେବା ପାଇଁ କଂଗ୍ରେସ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ। ତେଣୁ କଂଗ୍ରେସକୁ ଏହି ପଦ ମିଳିବ ନାହିଁ। କିନ୍ତୁ ଦଳର ଲୋକସଭାରେ ନେତା ପଦ ପାଇଁ ଅଧୀର ରଂଜନ ଚୌଧୁରୀ, ମନୀଷ ତିୱାରୀ ଏବଂ ଶଶି ଥରୁରଙ୍କ ନାମ ଚର୍ଚ୍ଚା ହେଉଛି। ଏହି ୩ ନେତା ଭଲ ବକ୍ତା ହୋଇଥିବାବେଳେ ହିନ୍ଦୀ ଓ ଇଂରାଜୀ ଉଭୟ ଭାଷାରେ କଥା କହିପାରନ୍ତି। ଏହି ଦୌଡ଼ରେ ଅଧୀର ରଂଜନ ଆଗରେ ଥିବା କୁହାଯାଉଛି। ଅଧୀର ପୂର୍ବରୁ ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ସହ କେନ୍ଦ୍ର ମନ୍ତ୍ରୀ ଭାର ତୁଲାଇଛନ୍ତି। ସେ ପଶ୍ଚିମବଙ୍ଗ ବହରାମପୁର ଲୋକସଭା ଆସନରୁ ୫ମ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କ ଟିଏମସି ସହ ମେଣ୍ଟ କରିବାରେ ବିଫଳ ହେବାରୁ ତାଙ୍କୁ ନିଜ ପଦ ଛାଡ଼ିବାକୁ ପଡିଥିଲା। ରବିବାର ଆୟୋଜିତ ସର୍ବଦଳୀୟ ବୈଠକରେ ସେ କଂଗ୍ରେସର ପ୍ରତିନିଧି ଭାବେ ଯୋଗଦେଇଥିଲେ।
ଅନ୍ୟ ନାମ ମଧ୍ୟରେ ଚର୍ଚ୍ଚାରେ ଥିବା ମନୀଷ ତିୱାରୀ ଆନନ୍ଦପୁର ଲୋକସଭା ଆସନରୁ ନିର୍ବାଚିତ ହୋଇଛନ୍ତି। ମନୀଷ କଂଗ୍ରେସରେ ଛାତ୍ର ରାଜନୀତିରୁ ସକ୍ରିୟ ଅଛନ୍ତି। ସେ କଂଗ୍ରେସ ଛାତ୍ର ସଂଗଠନ ଏନଏସୟୁଆଇର ଅଧ୍ୟକ୍ଷ ଥିଲେ। ଏହାସହ ସେ ଯୁବ କଂଗ୍ରେସ ଅଧ୍ୟକ୍ଷ ବି ରହିଥିଲେ। ୟୁପିଏ ସରକାରରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପଦ ଭାର ସମ୍ଭାଳିଥିଲେ। ପୂର୍ବରୁ ସେ ଦଳର ମୁଖପାତ୍ର ଭାବେ କାର୍ଯ୍ୟ କରିଛନ୍ତି। ତୃତୀୟ ନାମ ଭାବେ ଚର୍ଚ୍ଚାରେ ଥିବା ଶଶି ଥରୁର କେରଳରୁ ତୃତୀୟ ଥର ନିର୍ବାଚିତ ହୋଇ ଲୋକସଭାରେ ପହଞ୍ଚିଛନ୍ତି।

Hot this week

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

Related Articles

Popular Categories