www.samajalive.in
Wednesday, December 10, 2025
16.1 C
Bhubaneswar

ପିତାଙ୍କ ପାଇଁ ଦିନଟିଏ, ଅମୂଲ୍ୟ ସମ୍ପର୍କର ହୃଦୟସ୍ପର୍ଶୀ କାହାଣୀ

ଜୀବନରେ ଦୁଇ ଜଣଙ୍କର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ପ୍ରଥମ ଜଣଙ୍କ ହେଉଛନ୍ତି ପିତା ଯେ କି ନିଜର କର୍ତ୍ତବ୍ୟ ପାଳନ ପାଇଁ ଜୀବନରେ ସବୁକିଛି ତ୍ୟାଗ କରିଥାଆନ୍ତି। ଦ୍ୱିତୀୟ ଜଣଙ୍କ ହେଉଛନ୍ତି ମାତା ଯେ ସମସ୍ତ ଦୁଃଖ ବିପଦରୁ ସନ୍ତାନଙ୍କୁ ରକ୍ଷା କରିଥାଆନ୍ତି। ମାତାପିତା ହେଉଛନ୍ତି ଦୃଶ୍ୟମାନ ହେଉଥିବା ଭଗବାନ। ମାତା ଯେପରି ଗୃହର ଗୌରବ, ପିତା ସେପରି ଘରର ଭବିଷ୍ୟତ।

ପିତା ଅର୍ଥାତ ବାପା ହେଉଛନ୍ତି ଘରର ମୁରବି। ପରିବାର ସଦସ୍ୟଙ୍କ ଉନ୍ନତକାମୀ ଭବିଷ୍ୟତ ପାଇଁ ସେ ଖୁବ ଦାୟିତ୍ୱର ସହ ନିଜ କର୍ତ୍ତବ୍ୟର ପାଳନ କରିଥାଆନ୍ତି। କେତେକ କାହାଣୀ ମାଧ୍ୟମରେ ‘ଫାଦ୍ରର୍ସ ଡ଼େ’ର ମହତ୍ତ୍ୱ ବିଷୟରେ ଜାଣିବା….

- Advertisement -

୪୫ ବର୍ଷର ଜଣେ ପୁଅ ନିଜ ବୃଦ୍ଧ ପିତା ସହ ସନ୍ଧ୍ୟା ସମୟରେ ବୁଲିବାକୁ ବାହାରିଲେ। ଘରୁ ବାହାରିବା ବେଳେ ପୁଅଟି ଭାବିଲା ଯେ, ଏକ ଭଲ ହୋଟେଲରେ ପିତାଙ୍କୁ ଖୁଆଇବାକୁ। ଯୁବକ ଜଣଙ୍କର ପିତା ଖୁବ ବୃଦ୍ଧ ଥିଲେ ଯେ ସେ ତାଙ୍କୁ ହାତରେ ଧରି ଧରି ହୋଟେଲ ମଧ୍ୟକୁ ନେଲେ। ବୃଦ୍ଧ ଜଣକ ଏହା ଦେଖି ଖୁସି ହୋଇଗଲେ ଯେ ତାଙ୍କ ପୁଅ ତାଙ୍କ ମନପସନ୍ଦର ହେଟେଲକୁ ତାଙ୍କୁ ନେଇଛି। ପୁଅକୁ ବୃଦ୍ଧ କହିଲେ ଯେ ଏହା ହେଉଛି ସେହି ହୋଟେଲ ଯେଉଁଠାକୁ ତୁ ଛଆ ଥିବା ସମୟରେ ମାଆ ତୁ ଓ ମୁଁ ଆସୁ। ଏହା ଶୁଣି ପୁଅ କହିଲା ଏହା ମୋର ମନେ ଅଛି ବାପା, ତୁମର ଏହା ପସନ୍ଦର ସ୍ଥାନ ବୋଲି ମୁଁ ଆଜି ତୁମକୁ ଏଠାକୁ ଆଣିଛି।

ପୁଅ ନିଜର ପିତାଙ୍କର ସବୁଠାରୁ ପ୍ରିୟ ବ୍ୟଞ୍ଜନ ହୋଟେଲ କର୍ମଚାରୀଙ୍କ ଦ୍ୱାରା ମଗାଇଲା। ଦୁହେଁ ଖାଦ୍ୟ ଖାଇବା ସମୟରେ ବୃଦ୍ଧଙ୍କର କିଛି ଖାଦ୍ୟ ତାଙ୍କ ପୋଷକରେ ପଡ଼ିବା ସହ ତାଙ୍କ ହାତ ଥରିବା କାରଣରୁ କିଛି ଖାଦ୍ୟ ମୁହଁ ମଧ୍ୟ ଲାଗୁଥିଲା। ଏହାଦେଖି ସେହି ହୋଟେଲରେ ବସିଥିବା ଅନ୍ୟ ଲୋକମାନେ ହସି ବୃଦ୍ଧ ଓ ପୁଅଙ୍କୁ ପରିହାସ କଲା ଭଳି ବ୍ୟବହାର କଲେ। ମାତ୍ର ପୁଅଟି କୌଣସି କଥାକୁ ଖାତିର ନକରି ତା’ପିତାଙ୍କର ଖାଦ୍ୟ ଶେଷ ହେବା ପରେ ତାଙ୍କ ହାତ ଧରି ହାତ ଧୋଇବା ସ୍ଥାନକୁ ନେଇ ଭଲ ଭାବେ ସଫା କରି ପୁଅ ଓ ତାଙ୍କ ପିତା ଦୁହେଁ ହୋଟେଲ ଭିତରୁ ବାହାରି ଆସିଲେ। ସେହି ସମୟରେ ଅନ୍ୟ ଜଣେ ବ୍ୟକ୍ତି ସେହି ହୋଟେଲ ଭିତରୁ ବାହାରି ଆସି ପୁଅଟିକୁ ସାବାସ କହି କହିଲେ ଯେ ଏହି ହୋଟେଲରେ ବସିଥିବା କୌଣସି ଲୋକଙ୍କୁ ଖାତିର ନକରି ତୁମେ ତୁମ ବାପାଙ୍କ ପ୍ରତି ସ୍ନେହ ପୂର୍ବ ବ୍ୟବହାର ସଭିଁଙ୍କ ପାଇଁ ଏକ ଉତ୍ତମ ଶିକ୍ଷା। ଯେ ପିଲାଦିନୁ ହାତ ଧରି ମଣିଷ କରିଥିବା ପିତାଙ୍କ ହାତ ବୃଦ୍ଧ ସମୟରେ ଧରି ତାଙ୍କର ସାହାରା ହେଲେ, ତାଙ୍କ ପ୍ରତି ନିଜର କର୍ତ୍ତବ୍ୟକୁ ସଠିକ ଭାବେ ପାଳନ କଲେ ସଫଳତା ସର୍ବଦା ତୁମ ଚରଣ ସ୍ପର୍ଶ କରୁଥିବ।

ଆଲେଖ୍ୟ – ସସ୍ମିତା ମହାନ୍ତି

Hot this week

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

Related Articles

Popular Categories