www.samajalive.in
Monday, December 15, 2025
26.1 C
Bhubaneswar

୪ ଅଙ୍ଗନୱାଡି ବିଲଡିଂ ସମ୍ପୂର୍ଣ୍ଣ ହେବ କେବେ ?

ଖଡିଆଳ : ନୂଆପଡା ଜିଲା ବୋଡେନ ବ୍ଲକ ଲୋକାଲ ପଞ୍ଚାୟତର ଖିରମାଲ ଏବଂ କମଲାମାଲ ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ର ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡିରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଖିରମାଲ ଗ୍ରାମରେ ଥିବା ୪ ଗୋଟି ଏବଂ କମଲାମାଲ ଗ୍ରାମର ୨ ଗୋଟି ଅଙ୍ଗନୱାଡି କେନ୍ଦ୍ର ପାଇଁ ଗତ ୨୦୧୩-୧୪ ଆର୍ଥିକ ବର୍ଷରେ ୫ ଲକ୍ଷ ଟଙ୍କା ଲେଖାଏଁ ବ୍ୟୟ ଅଟକଳରେ ଅଙ୍ଗନୱାଡି ଗୃହ ନିର୍ମାଣ ଆରମ୍ଭ କରାଗଲା। ହେଲେ ଖିରମାଲ ଗ୍ରାମର ଗୋଟିଏ ଅଙ୍ଗନୱାଡି କେନ୍ଦ୍ର ସମ୍ପୂର୍ଣ୍ଣ ହୋଇ ସେଠାରେ ପାଠ ପଢା ଯାଉଥିବା ବେଳେ ଅନ୍ୟ ୩ ଗୋଟି ଅଙ୍ଗନୱାଡି କେନ୍ଦ୍ର ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡିରହିଛି। ସେହିପରି କମଲାମାଲ ଗ୍ରାମର ମଧ୍ୟ ଗୋଟିଏ ସମ୍ପୂର୍ଣ୍ଣ ହୋଇ ପାଠ ପଢା ହେଉଥିବା ବେଳେ ଆଉ ଗୋଟିଏ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡିରହିଛି। ହାରାହାରି ୬ ବର୍ଷ ବିତି ଯାଇଥିଲେ ମଧ୍ୟ ୨ ଗ୍ରାମର ୪ ଗୋଟି ଅଙ୍ଗନୱାଡି ଗୃହ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡିରହିଛି। ଫଳରେ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଏନେଇ ୨ ଗ୍ରାମବାସୀ ଅନେକ ଥର ବୋଡେନ ସିଡିପିଓ, ବୋଡେନ ବିଡିଓଙ୍କ ସହ ନୂଆପଡା ଜିଲାପାଳଙ୍କୁ ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନଥିବା ଅଭିଯୋଗ କରିଛନ୍ତି। ସରକାର ଶିଶୁ, ମହିଳା, ଛାତ୍ରଛାତ୍ରୀ ମାନଙ୍କ ବିକାଶ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ନୂଆପଡା ଜିଲାରେ ଏହିସବୁ ଯୋଜନା ଏକ ପ୍ରକାର ଫେଲ ମାରିଥିବା ଅଭିଯୋଗ ହେଉଛି। ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଅତିଶିଘ୍ର ଅସମ୍ପୂର୍ଣ୍ଣ ଅଙ୍ଗନୱାଡି ଗୃହ ସବୁକୁ ସମ୍ପୂର୍ଣ୍ଣ କରିବାକୁ ସାଧାରଣରେ ଦାବୀ ହେଉଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories