www.samajalive.in
Saturday, December 13, 2025
14.1 C
Bhubaneswar

ଝାଡ଼ଖଣ୍ଡରେ ମାଓବାଦୀ ଆକ୍ରମଣ, ୫ ପୁଲିସ ସହୀଦ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡ ଷଢେ଼ଇକଳା ଜିଲ୍ଲାର ତିରୁଲଡିହ ଥାନା ଅନ୍ତର୍ଗତ କୁକଡୁ ହାଟରେ ମାଓବାଦୀମାନେ ବଡ ଧରଣର ଆକ୍ରମଣ କରିଛନ୍ତି। ମାଓବାଦୀମାନେ ଏକ ପୁଲିସ ଉପରକୁ ଲକ୍ଷ କରି ଆକ୍ରମଣ କରିବା ଫଳରେ ଘଟଣାସ୍ଥଳରେ ୫ଜଣ ପୁଲିସ ଯବାନ ସହୀଦ ହୋଇଛନ୍ତି। ବଜାରରୁ କିଣାକିଣି ସାରି ପୁଲିସ କର୍ମୀମାନେ ଛିଡା ହୋଇଥିବା ବେଳେ ୮ରୁ ୧୦ ଜଣ ମାଓବାଦୀମାନେ ୬ଟି ମୋଟରସାଇକେଲରେ ଆସି ଅଚାନକ ଆକ୍ରମଣ କରିଥିଲେ। ସେମାନେ ଅତି ପାଖରୁ ପୁଲିସ ଉପରକୁ ଗୁଳି ଚଳେଇଥିଲେ। ସହୀଦ ୫ଜଣଙ୍କ ମଧ୍ୟରେ ୨ଜଣ ଏଏସଆଇ ଓ ୩ଜଣ କନେଷ୍ଟବଳ ଥିବା ଜଣାପଡିଛି।

ମାଓବାଦୀମାନେ ସହୀଦ ଯବାନଙ୍କ ବନ୍ଧୁକ, ଗୁଳି ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ସ୍ଥାନୀୟ ପୁଲିସ ସର୍ଚ୍ଚ ଅପରେସନ ଆରମ୍ବ କରିଛି ତେବେ ଏ ପର୍ଯ୍ୟନ୍ତ ଜଣେ ପୁଲିସ ଯବାନଙ୍କ ସନ୍ଧାନ ମିଳିପାରି ନାହିଁ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ୬ଜଣ ପୁଲିସ ଯବାନ କୁକଡୁ ଗାଁକୁ ଆସିଥିଲେ ଓ ସ୍ଥାନୀୟ ବଜାରରୁ କିଣାକିଣି କରିଥିଲେ। ପରେ ସମସ୍ତ ଯବାନ ନିକଟସ୍ତ ଏକ ମନ୍ଦିର ପାଖରେ ଛିଡା ହୋଇଥିଲେ ଯେତେବେଳେ ୬ଟି ବାଇକରେ ଆସିଥିବା ମାଓବାଦୀମାନେ ସେମାନଙ୍କ ଉପରକୁ ଆଖିବୁଜା ଗୁଳି ବର୍ଷଣ କରିଥିଲେ। ଘଟଣାସ୍ଥଳରେ ୫ ପୁଲିସ କର୍ମୀଙ୍କ ମୃତ୍ୟୁ ଘଟିଥିଲା। ଡ୍ରାଇଭର ସୁଖଲାଲ କୁଦାଦା କୌଣସିମତେ ନିଜ ଜୀବନ ରକ୍ଷା କରିଥିବା ଜଣାପଡିଛି। ସହୀଦ ଯବାନମାନେ ହେଉଛନ୍ତି ଏଏସଆଇ ମନୋଧନ ହାଁସଦା, ଏଏସଆଇ ଗୋବର୍ଦ୍ଧନ ପାଶୱାନ, କନେଷ୍ଟବଳ ଯୁଧିଷ୍ଠିର ମାଲୁୱା, କନେଷ୍ଟବଳ ଧନେଶ୍ୱର ମାହାତୋ ଏବଂ କନେଷ୍ଟବଳ ଦିବରୁ ପୂର୍ତ୍ତି।

Hot this week

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

Related Articles

Popular Categories