www.samajalive.in
Wednesday, December 10, 2025
16.1 C
Bhubaneswar

ଏଫଆଇଏଚ୍‌ ହକି ସିରିଜ୍‌ ଫାଇନାଲସ୍‌: ନକ୍‌ଆଉଟ୍‌ରେ ରୁଷିଆ

ଭୁବନେଶ୍ବର : କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ଏଫଆଇଏଚ୍‌ ସିରିଜ୍‌ ହକି ଫାଇନାଲସ୍‌​ରେ ରୁଷିଆ ନକ୍‌ଆଉଟ୍‌କୁ ଉନ୍ନୀତ ହୋଇଛି। ରବିବାର ପୁଲ-ଏ ର ଖେଳାଯାଇଥିବା ପଞ୍ଚମ ଲିଗ୍‌ ମ୍ୟାଚରେ ରୁଷିଆ ୩-୨ ଗୋଲରେ ପୋଲାଣ୍ଡକୁ ପରାସ୍ତ କରିଛି। ଏଫଆଇଏଚ୍‌ ମାନ୍ୟତାର ୨୧ ତମ ସ୍ଥାନରେ ଥିବା ପୋଲାଣ୍ଡକୁ ରୁଷିଆ ପ୍ରାରମ୍ଭରୁ କଡ଼ା ଟକ୍କର ଦେଇଥିଲା। ପ୍ରଥମ କ୍ବାର୍ଟର ଖେଳ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ବିତୀୟ କ୍ବାର୍ଟରର ୧୭ତମ ମିନିଟ୍‌ରେ ରୁଷିଆ ପକ୍ଷରୁ ଗୋଲୁବେଭ୍‌ ପାଭେଲ ଗୋଲ ଦେଇ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ୨୮ତମ ମିନିଟ୍‌ରେ ପୋଲାଣ୍ଡ ପକ୍ଷରୁ ମାଥ୍ୟୁସ୍‌ ହୁଲବୋଜ୍‌ ଗୋଲ ଦେଇ ମ୍ୟାଚକୁ ୧-୧ରେ ବରାବର ସ୍ଥିତିକୁ ଆଣିଥିଲେ। ୩ୟ କ୍ବାର୍ଟରର ୪୫ତମ ମିନିଟ୍‌ରେ ପୋଲାଣ୍ଡକୁ ଏକ ପେନାଲ୍ଟି ଷ୍ଟ୍ରୋକ୍‌ ମିିଳିଥିଲା। ଏହାକୁ ପାୱେଲ ବ୍ରାଟୋସ୍କି ଗୋଲ ଦେଇ ଦଳକୁ ୨-୧ରେ ଗୋଲରେ ଆଗୁଆ କରିଥିଲେ। ଶେଷ କ୍ବାର୍ଟରରେ ରୁଷିଆ ପୂନର୍ବାର ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା। ୫୭ ମିନିଟ୍‌ରେ ସିମନ ମାଟୋସ୍କି ରୁଷିଆ ପକ୍ଷରୁ ୨ୟ ଗୋଲ ଦେଇ ମ୍ୟାଚକୁ ୨-୨ ସ୍ଥିତିକୁ ଆଣିଥିଲେ। ୫୯ତମ ମିନିଟ୍‌ରେ ରୁଷିଆକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଗୋଲୁବେଭ୍‌ ପାଭେଲ ଗୋଲରେ ପରିଣତ କରି ଦଳକୁ ୩-୨ରେ ବିଜୟୀ କରାଇଥିଲେ। ଖେଳ ଆରମ୍ଭରୁ ଅନ୍ତର୍ଜାତୀୟ ଆଥ୍‌ଲେଟ ଅମୀୟ ମଲ୍ଲିକ ଅତିଥିଭାବେ ଦୁଇ ଦଳର ଖେଳାଳିଙ୍କ ସହିତ ପରିଚିତ ହୋଇଥିଲେ। କ୍ରୀଡ଼ା ଓ ଯୁବସେବା ସଚିବ ବିଶାଳ ଦେବ ଦୁଇଟି ଗୋଲ ସ୍କୋର କରିଥିବା ରୁଷିଆର ଗୋଲୁବେଭ୍‌ ପାଭେଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଦେଇଥିଲେ।
ପୁଲ-ଏରୁ ରୁଷିଆ ଓ ଭାରତ ୨ଟି ଲେଖାଏଁ ମ୍ୟାଚରେ ବିଜୟୀ ହୋଇ ନକ୍‌ଆଉଟ୍‌କୁ ଉନ୍ନିତ ହୋଇଛନ୍ତି। ପୋଲାଣ୍ଡ ୩ଟି ମ୍ୟାଚ ଖେଳି ଦୁଇଟି ପରାଜୟ ଓ ଗୋଟିଏ ବିଜୟ ସହ ୩ୟ ଓ ଉଜ୍‌ବେକିସ୍ତାନ ୨ଟି ମ୍ୟାଚରୁ ଦୁଇଟି ପରାଜୟ ସହ ପୁଲର ଅନ୍ତିମ ସ୍ଥାନରେ ରହିଛି। ରୁଷିଅ​ା ପୋଲାଣ୍ଡକୁ ପରାସ୍ତ କରିବା ପରେ ଉଜ୍‌ବେକିସ୍ତାନ ନିକଟରେ ନକ୍‌ଆଉ୍‌ଟ ପ୍ରବେଶ ନେଇ ସୁଯୋଗ ସୃଷ୍ଟି ହୋଇଛି। ସୋମବାର ପୁଲ-ଏ ର ଅନ୍ତିମ ଲିଗ୍‌ ମ୍ୟାଚ ଭାରତ ଓ ଉଜ୍‌ବେକିସ୍ତାନ ମଧ୍ୟରେ ଖେଳାଯିବ। ଉକ୍ତ ମ୍ୟାଚରେ ଭାରତ ବିଜୟୀ ହେଲେ ପୋଲାଣ୍ଡ କ୍ରସ ଓଭରକୁ ଉନ୍ନୀତ ହେବା ସହିତ ଭାରତ ସିଧାସଳଖ ସେମିଫାଇନାଲକୁ ଉନ୍ନୀତ ହେବ। ଭାରତ ବିପକ୍ଷରେ ଉଜ୍‌ବେକିସ୍ତାନ ୧୩-୦ ଗୋଲରେ ବିଜୟୀ ହେ​‌େ​‌ଲ ଉଜ୍‌ବେକିସ୍ତାନ କ୍ରସଓଭରକୁ ଉନ୍ନୀତ ହେବାବେଳେ ରୁଷିଆ ସିଧାସଳଖ ସେମିଫାଇନାଲକୁ ଉନ୍ନୀତ ହେବ ଓ ଭାରତ କ୍ରସ ଓଭର ଖେଳିବ।

Hot this week

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

Related Articles

Popular Categories