www.samajalive.in
Friday, December 12, 2025
15.1 C
Bhubaneswar

ମୋରମ ଅତଡ଼ା ଧସିଲା ; ୩ ଶ୍ରମିକ ମୃତ

କେନ୍ଦୁଝରଗଡ଼/କେନ୍ଦୁଝର : କେନ୍ଦୁଝର ଟାଉନ ଥାନା ଅଧୀନ ତୁଳସୀଚଉରା ଗ୍ରାମର ଏକ ବେଆଇନ ମୋରମ ଖଣିରେ ମୋରମ ବୋଝେଇ ସମୟରେ ଅତଡ଼ା ଧସି ଶନିବାର ଅପରାହ୍ଣ ପ୍ରାୟ ୫ଟାରେ ୩ଜଣ ଶ୍ରମିକଙ୍କ ଗଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଜଣେ ଶ୍ରମିକ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଟାଉନ ଥାନା ଅଧୀନ ଶିରିଷପାଳ ପଞ୍ଚାୟତ ତୁଳସୀଚଉରା ଗ୍ରାମରେ ଥିବା ଏକ ବେଆଇନ ମୋରମ ଖଣିରେ ଏକ ଟ୍ରାକ୍ଟର ଯୋଗେ ମୋରମ ବୋଝେଇ ହେଉଥିବା ବେଳେ ମୋରମ ଖଣି ଭିତରେ ଥିବା ୪ଜଣ ଶ୍ରମିକଙ୍କ ଉପରେ ହଠାତ୍‍ ମୋରମ ଅତଡା ଧସିଥିଲା। ଫଳରେ ଘଟଣାସ୍ଥଳରେ ୩ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକ ମାନେ ବାଂଶପାଳ ବ୍ଲକ କାଞ୍ଜିପାଣି ଥାନା ଅଧିନ ତାଳପଦା ଗ୍ରାମର ରେଖା ଦେହୁରୀ, କେଶବ ଜୁଆଙ୍ଗ ଓ ନିର ଜୁଆଙ୍ଗ ଏବଂ ଆହତଙ୍କ ପରିଚୟ କୁଆଁର ଗ୍ରାମର ରାଣିଆ ମନ୍ତ୍ରୀଙ୍କ ସ୍ତ୍ରୀ ପାଟ ମନ୍ତ୍ରୀ (୪୦) ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ଖବରପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟରକୁ ଜବତ କରିଥିବା ବେଳେ ଆହତ ପାଟକୁ ଚିକିତ୍ସା ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ଏବଂ ମୃତ ୩ ଶ୍ରମିକଙ୍କ ଶବକୁ ଜିଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିବା ବେଳେ ରବିବାର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories