www.samajalive.in
Thursday, December 11, 2025
16.1 C
Bhubaneswar

ପିଏମ-କିଷାନ ଯୋଜନା ସର୍ତ୍ତାବଳୀ କୋହଳ, ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ(ପିଟିଆଇ) : ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଏଣିକି ସମସ୍ତ ଚାଷୀଙ୍କୁ ମିଳିବ ବର୍ଷକୁ ୬ ହଜାର ଟଙ୍କାର ସହାୟତା ରାଶି। ପୂର୍ବରୁ ଏହି ଯୋଜନା କେବଳ ୨ ଏକର ଓ ତାଠାରୁ କମ୍‌ ଜମି ଥିବା ଚାଷୀଙ୍କ ଲାଗି ଲାଗୁ ହେବ ବୋଲି ଯେଉଁ ସର୍ତ୍ତାବଳୀ ରହିଥିଲା ତାହାକୁ ମୋଦୀ ସରକାର ଦ୍ବିତୀୟବାର କ୍ଷମତାକୁ ଫେରିବାର ପ୍ରଥମ କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ନେଇଥିଲେ। କ୍ୟାବିନେଟ୍‌ ନିଷ୍ପତ୍ତି ଉପରେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଏଣିକି ଏହି ଯୋଜନାରେ ସମସ୍ତ ଚାଷୀଙ୍କୁ ସହାୟତା ମିଳିବ। ଦେଶର ପ୍ରାୟ ୧୪ କୋଟି ୫୦ ଲକ୍ଷ ଚାଷୀଙ୍କୁ ସହାୟତା ଦିଆଯିବାକୁ ସ୍ଥିର ହୋଇ ଯୋଜନାକୁ ଲାଗୁ କରାଯାଇଛି।
ଓଡ଼ିଶାରୁ ଏହି ଯୋଜନାରେ ୪୬ ଲକ୍ଷରୁ ଅଧିକ ଚାଷୀ ଫାଇଦା ପାଇବେ। ସମସ୍ତ ଚାଷୀଙ୍କ ତାଲିକା ପ୍ରଦାନ କରିବାକୁ କେନ୍ଦ୍ର ସରକାର ଓଡ଼ିଶା ସମେତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କୁ ଚିଠି ଲେଖି ନିର୍ଦେଶ ଦେଇଛନ୍ତି। ତେବେ ହିତାଧିକାରୀ ଚୟନରେ ସଂପୂର୍ଣ୍ଣ ସ୍ବଚ୍ଛତା ରଖିବାକୁ କୁହାଯାଇଛି। ତେବେ ଏହି ଯୋଜନାର ଲାଭ ସଂସ୍ଥାଗତ ଭୂମିଧାରକ, ସାମ୍ବିଧାନିକ ପଦ ପଦବୀରେ ଥିବା କୃଷକ ପରିବାର, କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଓ ସେବାନିବୃତ୍ତ ଅଧିକାରୀ, ଏପରିକି ରାଷ୍ଟ୍ରାୟତ୍ତ ସଂସ୍ଥା(ପିଏସ୍‌ୟୁ), ସରକାରୀ ସ୍ବୟଂଶାସିତ ସଂସ୍ଥା, ଡାକ୍ତର, ଇଞ୍ଜିନିୟର, ଆଇନଜୀବୀ ଏବଂ ମାସିକ ୧୦ ହଜାରରୁ ଅଧିକ ପେନ୍‌ସନ୍‌ ପାଉଥିବା ବ୍ୟକ୍ତିବିଶେଷ ତଥା ଯେଉଁମାନେ ଗତବର୍ଷ ଆୟକର ପୈଠ କରିଥିବେ ସେଭଳି ବ୍ୟକ୍ତିବିଶେଷଙ୍କୁ ମିଳିବନାହିଁ। ହିତାଧିକାରୀ ମନୋନୟନ ସମୟରେ ଏମାନଙ୍କୁ ବାଦ୍‌ ଦେଇ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦେଶ ଦିଆଯାଇଛି। ତେବେ ହିତାଧିକାରୀ ଚିହ୍ନଟ ଓ ମନୋନୟନକୁ ଅତ୍ୟନ୍ତ ସ୍ବଚ୍ଛତାର ସହ କରିବା ସହ ଚାଷୀମାନଙ୍କ ନାମ, ଠିକଣା ଓ ଅନ୍ୟାନ୍ୟ ବିସ୍ତୃତ ତଥ୍ୟ ଓ ସୂଚନା ପିଏମ-କିଷାନ ପୋର୍ଟାଲରେ ଅପ୍‌ଲୋଡ୍‌ କରିବା ଲାଗି ରାଜ୍ୟ ସରକାରମାନଙ୍କୁ ଦାୟିତ୍ବ ଦିଆଯାଇଛି।
ପ୍ରକାଶଥାୁକି, ପ୍ରଥମ ଦଫାରେ ଓଡ଼ିଶା ସରକାର ୧୨ ଲକ୍ଷ ୪୫ ହଜାର ହିତାଧିକାରୀଙ୍କ ତାଲିକା କେନ୍ଦ୍ର ସରକାରଙ୍କୁ ଦେଇଥିବାବେଳେ ସେଥିରୁ ୯ ଲକ୍ଷ ୩୬ ହଜାର ହିତାଧିକାରୀ ପିଏମ-କିଷାନ ଯୋଜନାରେ ସହାୟତା ପାଇଛନ୍ତି। ଅବଶିଷ୍ଟ ଚାଷୀଙ୍କ ବ୍ୟାଙ୍କଖାତାକୁ ଆଧାର ସହ ସଂଯୋଗ କରାଯାଇ ନଥିବାରୁ ସେମାନଙ୍କୁ ଏହି ସହାୟତା ମିଳିପାରିନି। ଜୁଲାଇ ୩୧ ସୁଦ୍ଧା ସମସ୍ତ ୪୬ ଲକ୍ଷ ହିତାଧିକାରୀଙ୍କ ତାଲିକା ପଠାଇବାକୁ ଓଡ଼ିଶା ସରକାରଙ୍କୁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି। ଏଥିପାଇଁ ଗତଥର ବଜେଟ୍‌ରେ ୧୨ କୋଟି ୫୦ ଲକ୍ଷ ଚାଷୀଙ୍କ ଲାଗି ୭୫ ହଜାର କୋଟି ବରାଦ ହୋଇଥିବାବେଳେ ଏବେ ଆଉ ଦୁଇ କୋଟି ଚାଷୀଙ୍କୁ ଯୋଜନାରେ ସାମିଲ କରିବା ଲାଗି ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ୯୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଇତିମଧ୍ୟରେ ୩ କୋଟି ୩୦ ଲକ୍ଷ ଚାଷୀଙ୍କ ତାଲିକା ପାଇଥିବାବେଳେ ଏଥିରୁ ୩ କୋଟି ୩ ଲକ୍ଷ ଚାଷୀଙ୍କୁ ସହାୟତା ଦିଆଯାଇସାରିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories