www.samajalive.in
Sunday, December 7, 2025
14.1 C
Bhubaneswar

ଈଶାନ୍-ଜାହ୍ନବୀ ଏଥର ଲୋକଙ୍କୁ ଠକିବେ!

ମୁମ୍ବଇ : ୨୦୧୮ରେ କରନ୍ ଜୋହର୍ ପ୍ରଯୋଜିତ ‘ଧଡ଼କ’ ଚଳଚ୍ଚିତ୍ରରେ ଈଶାନ୍ ଖଟ୍ଟର ଓ ଜାହ୍ନବୀ କପୁର କ୍ୟାରିୟର ଆରମ୍ଭ କରିଥିଲେ। ଚଳଚ୍ଚିତ୍ରଟି ସୁପରହିଟ୍ ହେବା ସହ ଦର୍ଶକ ମହଲରେ ଦୁଇଜଣଙ୍କ ଯୋଡ଼ିକୁ ଖୁବ୍ ପସନ୍ଦ କରାଯାଇଥିଲା। ଦ୍ବିତୀୟ ଥର ଦୁହେଁ ପୁଣି ଏକାଠି କାମ କରିବାର ସୁଯୋଗ ପାଇଛନ୍ତି। ଏଇ କିଛିଦିନ ତଳେ ଶୁଣାଯାଇଥିଲା ଯେ ୨୦୦୫ରେ ମୁକ୍ତିଲାଭ କରିଥିବା ‘ବଣ୍ଟି ଔର ବବ୍‌ଲି’ର ଦ୍ବିତୀୟ ଭାଗ କାମ ଆରମ୍ଭ ହେବ। ଶାଦ୍ ଅଲ୍ଲୀ ନିର୍ଦେଶିତ ଏଇ ସୁପରହିଟ୍ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିଷେକ ବଚ୍ଚନ ଓ ରାଣୀ ମୁଖାର୍ଜୀ ଅଭିନୟ କରିଥିଲେ। ଏବେ ଏହାର ଦ୍ବିତୀୟ ଭାଗରେ ଈଶାନ୍-ଜାହ୍ନବୀ କାମ କରିବେ ବୋଲି ପ୍ରଯୋଜକ ମହଲ ତରଫରୁ ଘୋଷଣା ହୋଇଛି। ମିଳିଥିବା ଖବର ଅନୁସାରେ, ଅଭି ଓ ରାଣୀ ମଧ୍ୟ ଏଥିରେ ଅତିଥି କଳାକାର ଭୂମିକାରେ କାମ କରିପାରନ୍ତି। ନିର୍ଦେଶକ ଶାଦ୍‌ଙ୍କ ମତରେ ଈଶାନ୍-ଜାହ୍ନବୀ ପରଦା ଉପରେ ଦର୍ଶକଙ୍କୁ ଠକିବା ନିଶ୍ଚିତ। ଚଳଚ୍ଚିତ୍ରର ସୁଟିଂ ଶୀଘ୍ର ଆରମ୍ଭ ହେବାର ଯୋଜନା ଚାଲିଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories