www.samajalive.in
Saturday, December 13, 2025
23.1 C
Bhubaneswar

ଗର୍ହିତ ବିଷୟବସ୍ତୁ ହଟାଇବ ୟୁଟ୍ୟୁବ – କଡାକଡି ହେଲା ନୀତି

ନୂଆଦିଲ୍ଲୀ: ବହୁଳ ବ୍ୟବହୃତ ସାମାଜିକ ଗଣମାଧ୍ୟମ ୟୁଟ୍ୟୁବ ତାର ପ୍ଲାଟଫର୍ମରୁ ଗର୍ହିତ ବିଷୟବସ୍ତୁ ହଟାଇବା ଉଦ୍ଦେଶ୍ୟରେ ଆଭ୍ୟନ୍ତରୀଣ ନୀତିରେ କେତେକ ପରିବର୍ତ୍ତନ କରିବା ସହ ଆଗାମୀ ଦିନରେ ଯେଭଳି ଅଶ୍ଳୀଳ ବିଷୟବସ୍ତୁ ଅପଲୋଡ଼ ନ ହୋଇପାରିବ, ସେ ନେଇ କଡା ପଦକ୍ଷେପ ନେଇଛି। ବିଶେଷ କରି ଘୃଣା, ବିଦ୍ବେଷ, ଅଶ୍ଳୀଳ ଓ ଗର୍ହିତ ବିଷୟବସ୍ତୁଠାରୁ ଦୁରେଇ ରହିବା ଦିଗରେ ଏହି ନୀତି ସହାୟକ ହେବ ବୋଲି କୁହାଯାଉଛି। ଏକ ବ୍ଲଗରେ, ୟୁଟ୍ୟୁବ କହିଛି ଯେ, ବୟସ, ଲିଙ୍ଗ, ବଂଶ, ଜାତି, ଧର୍ମ, ଯୌନ ଅଭିବିନ୍ୟାସ ଏବଂ ବୟୋବୃଦ୍ଧ ସ୍ଥିତି ଆଦିକୁ ନେଇ ଭେଦଭାବ ଓ ବିଦ୍ବେଷ ସୃଷ୍ଟି କରିବା ଭଳି ଭିଡିଓ ଯେଭଳି ଅପଲୋଡ଼ ନ ହୋଇ ପାରିବ, ସେ ଦିଗରେ ପଦଳହେପି ଗ୍ରହଣ କରାଯାଇଛି।

ଆମେରିକାର ସ୍ୟାଣ୍ଡି ହୁକ ଏଲିମେଣ୍ଟାରୀ ସ୍କୁଲରେ ହୋଇଥିବା ଗୁଳିକାଣ୍ଡ ଘଟଣାର ଭିଡିଓଗ୍ରାଫି ତଥ୍ୟଭିତ୍ତିକ ହୋଇଥିଲେ ମଧ୍ୟ ସେଭଳି ବିଷୟବସ୍ତୁକୁ ହଟାଇଦିଆଯିବ ବୋଲି ୟୁଟ୍ୟୁବ କହିଛି। କିଛି ଦିନ ପୂର୍ବରୁ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଥିଲେ ଯେ, ଭାରତରେ ଡିଜିଟାଲ ପ୍ଲାଟଫର୍ମର ଦୁର୍ବ୍ୟବହାର କରାଯିବ ନାହିଁ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories