www.samajalive.in
Saturday, December 6, 2025
15.1 C
Bhubaneswar

ଜାଣନ୍ତୁ , ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ଖାଇବାର ସଠିକ୍‍ ସମୟ

ସଠିକ୍‍ ସମୟରେ ଖାଦ୍ୟ ଖାଇବା ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ। କାରଣ ଆମ ଖାଦ୍ୟପେୟ ସ୍ୱାସ୍ଥ୍ୟ ଉପରେ ବହୁ ପ୍ରଭାବ ପକାଇଥାଏ। ଭିନ୍ନ ଭିନ୍ନ ଖାଦ୍ୟର ପ୍ରକାର ଭେଦ ଶରୀର ପାଇଁ ଲାଭଦାୟକ ହେବା ସହ ଶରୀର ଉପରେ ଏହାର କୁପ୍ରଭାବ ମଧ୍ୟ ପକାଇଥାଏ। ସଠିକ ସମୟରେ ଖାଦ୍ୟ ଖାଇବା ନିତ୍ୟାନ୍ତ ଜରୁରୀ ଅଟେ। ଖାଦ୍ୟରୁ ସଠିକ ପରିମାଣରେ ପୋଷଣ ପାଇବାକୁ ହେଲେ ଠିକ୍‍ ସମୟରେ ଠିକ୍‍ ଖାଦ୍ୟ ଖାଇବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ। ଜାଣନ୍ତୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କେଉଁ ସମୟରେ ଖାଦ୍ୟ  ଓ ପାନୀୟ ଆବଶ୍ୟକ ….
ସକାଳୁ ଉଠି ପ୍ରଥମେ ଖାଲି ପେଟରେ ପାଣି ପିଇବା ଉଚିିତ। ପାଣିକୁ ସାମାନ୍ୟ ଉଷୁମ କରି ମଧ୍ୟ ପିଇପାରିବେ। ଏହା ଦ୍ୱାରା ପେଟ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ।
ସକାଳୁ ଉଠିବାର ୧ ରୁ ୨ ଘଣ୍ଟା ମଧ୍ୟରେ ଜଳଖିଆ ଖାଇବା ଉଚିତ। ଏହା ଦ୍ୱାରା ଶରୀର ସୁସ୍ଥ ରହିଥାଏ। କାର୍ଯ୍ୟ କରିବାକୁ ମଧ୍ୟ ଇଚ୍ଛା ହୋଇଥାଏ। ହାଲିଆ ଲାଗିନଥାଏ।
ଖରାବେଳର ଖାଦ୍ୟ ଦିନ ୧ଟାରେ ଖାଇବା ଉଚିତ । ଫଳରେ ସକାଳର ଜଳଖିଆ ଓ ଖରାବେଳର ଖାଦ୍ୟ ମଧ୍ୟରେ ଅଧିକ ବ୍ୟବଧାନ ହୋଇନଥାଏ। ଏହା ଦ୍ୱାରା ଖାଦ୍ୟରୁ ଶରୀରକୁ ଉପଯୁକ୍ତ ପୋଷକ ତତ୍ତ୍ୱ ମିଳିଥାଏ।
ରାତ୍ରିର ଭୋଜନ ସର୍ବଦା ୮ଟା ମଧ୍ୟରେ ଖାଇବା ଉଚିତ। ଏହା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ଶରୀରକୁ ଉପଯୁକ୍ତ ପୋଷକ ତତ୍ତ୍ୱ ମଧ୍ୟ ମିଳିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories