www.samajalive.in
Friday, December 12, 2025
27.1 C
Bhubaneswar

ଖରା ଦିନେ ଗରମ ପାଣିରେ ଗାଧୋଇବା ଅନୁଚିତ୍, ଜାଣନ୍ତୁ ଏହାର କାରଣ

ଖରା ଦିନେ ଗରମ ପାଣିରେ ଗାଧୋଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଏହାଦ୍ବାରା ଶରୀରରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ। ଖରା ଦିନେ ଗରମ ପାଣିରେ ଗାଧୋଇବା ଦ୍ବାରା ଚର୍ମ ଶୁଷ୍କ ହେବା ସହ କେଶରେ ରୂପି ସମସ୍ୟା ହୋଇଥାଏ। କେଶ ଝଡିଥାଏ ଓ ଅନେକ ସମସ୍ୟା ଉତ୍ପନ୍ନ ହୋଇଥାଏ। ଖରା ଦିନେ ସୂର୍ଯ୍ୟଙ୍କ କିରଣରେ ଅତ୍ୟଧିକ ମାତ୍ରାରେ ଅତି ବାଇଗଣୀ ରଶ୍ମୀ ନିର୍ଗତ ହୋଇଥାଏ। ତେଣୁ ଖରା ଦିନେ ଗରମ ପାଣି ନ ଗାଧୋଇ କିଛି ଘରୋଇ ଉପଚାର ଆପଣେଇବା ଦରକାର।

ଆପଣଙ୍କ କେଶ ଶୁଷ୍କ ହୋଇ ଯାଇଥିଲେ ପ୍ରତି ଦିନ ସୋରିଷ ତେଲ କିମ୍ବା ନଡିଆ ତେଲକୁ ୫ମିନିଟ ପର୍ଯ୍ୟନ୍ତ କେଶରେ ମାଲିସ କରନ୍ତୁ। କେଶରେ ତେଲ ମାରିବା ଅତ୍ୟନ୍ତ ଭଲ ଅଟେ। ଏହା କେଶକୁ ଖରା ଠାରୁ ରକ୍ଷା କରିଥାଏ।

- Advertisement -

ଖରା ଦିନେ କେଶକୁ ସୁସ୍ଥ ରଖିବା ପାଇଁ ପାଣି ଓ ଦହିକୁ ମିଶାଇ ୧୫ମିନିଟ ମାଲିସ କରନ୍ତୁ। ଏହାପରେ ସଫା ପାଣିରେ କେଶ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା କେଶ ସୁସ୍ଥ ରହିଥାଏ।

କେଶ ଦୁଇ ମୁହାଁ ହୋଇ ଯାଇଥିଲେ ଅନେକ ସମସ୍ୟା ହୋଇଥାଏ। ତେଣୁ ପ୍ରଥମତଃ କେଶ ଧୋଇବା ବେଳେ ସାବଧାନ ହେବା ଉଚିତ। କେଶରେ ରୂପି ହୋଇଥିଲେ କେବେ ବି ଗରମ ପାଣିରେ ଧୁଅନ୍ତୁ ନାହିଁ।

ସର୍ବଦା କେଶ ଧୋଇବାର ୧୫ମିନିଟ ପୂର୍ବରୁ ହଳଦୀ ମାଲିସ କରନ୍ତୁ। କେଶରେ ହଳଦୀ ମାଲିସ କରିବା ଦ୍ବାରା କେଶ ମୂଳ ମଜଭୁତ ରହିଥାଏ। ଏହାସହ ନିଜ ଖାଦ୍ୟରେ ସଠିକ ମାତ୍ରାରେ ହଳଦୀ ସାମିଲ କରନ୍ତୁ।

ରୂପି ସମସ୍ୟା ଯାଉ ନ ଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ସୁସ୍ଥ କେଶ ପାଇଁ ଖାଦ୍ୟରେ ଅଧିକ ଲିକ୍ବିଡ ଓ ସାଲାଡ ସାମିଲ କରନ୍ତୁ।

ପ୍ରତିଦିନ କେଶରେ ୧୦ମିନିଟ ପର୍ଯ୍ୟନ୍ତ ତେଲ ମାଲିସ କରିବା ଉଚିତ।

ସର୍ବଦା ଆୟୁର୍ବେଦ ଯୁକ୍ତ ସାମ୍ପୁ କେଶ ପାଇଁ ବ୍ୟବହାର କରିବା ଉଚିତ।

 

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories