www.samajalive.in
Saturday, December 13, 2025
26.1 C
Bhubaneswar

ଛୁଟି ସରିବା ପୂର୍ବରୁ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର ମରାମତି ଶେଷ ପାଇଁ ନିର୍ଦେଶ

ଅଧିକ ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ଉପରେ ଗୁରୁତ୍ବ

ଭୁବନେଶ୍ୱର : ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଆଜି ରାଜୀବ ଭବନସ୍ଥିତ ସ୍ବତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆରସି)ଙ୍କ କାର୍ଯ୍ୟାଳୟରେ ଫଣି ପ୍ରଭାବିତ ଜିଲାରେ ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କରିଛନ୍ତି। ବୈଠକରେ ମନ୍ତ୍ରୀଙ୍କୁ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ଅବଗତ କରାଇ ଏସ୍‌ଆରସି ବିଷ୍ଣୁପଦ ସେଠୀ କହିଥିଲେ ଯେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଅନୁଗୋଳ, କଟକ, କେନ୍ଦ୍ରାପଡ଼ା, ଢ଼େଙ୍କାନାଳ, ଜଗତସିଂହପୁର, ଯାଜପୁର ଜିଲାରେ ପ୍ରଭାବିତ ୨୫,୦୧,୧୩୧ ଗ୍ରାହକଙ୍କ ମଧ୍ୟରୁ ମେ’ ୩୧ ତାରିଖ ସୁଦ୍ଧା ୨୩,୩୬,୫୮୪ ଗ୍ରାହକଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି।
କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାରେ ଶତପ୍ରତିଶତ ଗ୍ରାହକଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇ ଥିବା ବେଳେ କଟକରେ ୯୯ ପ୍ରତିଶତ ଓ ଖୋର୍ଦ୍ଧାରେ ୯୬ ପ୍ରତିଶତ ଲୋକଙ୍କୁ ବିଦ୍ୟୁତ ସଂଯୋଗ ମିଳିଛି। ତେବେ ପୁରୀ ଜିଲାରେ ୫୨ ପ୍ରତିଶତ ଅଞ୍ଚଳରେ ବିଦ୍ୟୁତ ସଂ​‌େ​‌ଯାଗ ଫେରିଛି। ଗତ ମାସ ୧୨ରୁ ୧୫ ତାରିଖ ମଧ୍ୟରେ କେନ୍ଦ୍ରୀୟ ଟିମ୍ ଆସିଥିବା ସମୟରେ ପ୍ରାଥମିକ ପର୍ଯ୍ୟାୟରେ ବାତ୍ୟା ଯୋଗୁଁ ୧୧୯୪୨.୬୮ କୋଟି ଟଙ୍କାର କ୍ଷତି ହୋଇଥିବା ନେଇ ରିପୋର୍ଟ ପ୍ରଦାନ କରାଯାଇଥିଲା। ଏବେ ପ୍ରଭାବିତ ଜିଲାର ଜିଲାପାଳ ଓ ବିଭିନ୍ନ ବିଭାଗ ପକ୍ଷରୁ କରାଯାଇ ଥିବା କ୍ଷୟକ୍ଷତି ଆକଳନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଖୁବଶୀଘ୍ର କେନ୍ଦ୍ର ସରକାରଙ୍କ ନିକଟରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରାଯିବ । ଅପରପକ୍ଷେ ୟୁରୋପିଆନ୍ ୟୁନିୟନ୍, ବିଶ୍ବ ବ୍ୟାଙ୍କ୍ ଏବଂ ମିଳିତ ଜାତିସଂଘ ପକ୍ଷରୁ ମଧ୍ୟ ବିଭିନ୍ନ ବିଭାଗ ଓ ଅନଷ୍ଠାନ ସହାୟତାରେ ବାତ୍ୟା ଜନିତ କ୍ଷୟକ୍ଷତି ଆକଳନ କରାଯାଉଛି ବୋଲି ମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା। ସମୀକ୍ଷା ସମୟରେ ମନ୍ତ୍ରୀ କହିଥିଲେ ଯେ ଗ୍ରୀଷ୍ମ ଛୁଟି ଶେଷ ହେବା ପୂର୍ବରୁ ବିଦ୍ୟାଳୟଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବା ଆବଶ୍ୟକ। ସେହିପରି ଅଙ୍ଗନବାଡ଼ି କେନ୍ଦ୍ରର ପୁନରୁଦ୍ଧାର ସହ ସ୍ବାସ୍ଥ୍ୟସେବା ଅନୁଷ୍ଠାନକୁ ତୁରନ୍ତ ବିଦ୍ୟୁତ ସଂଯୋଗ ଦେବା ଉପରେ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ବିଭିନ୍ନ ଜିଲାରେ ଅଧିକ ସଂଖ୍ୟକ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଥିଲେ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories