www.samajalive.in
Wednesday, December 10, 2025
16.1 C
Bhubaneswar

ଗଣମାଧ୍ୟମ ହିରୋ ପ୍ରତାପ ଷଡ଼ଙ୍ଗୀ – ସତ୍ୟପାଠରେ ୭ ଅପରାଧିକ ମାମଲା

ସମାଜ ପୋର୍ଟାଲ ଡେସ୍କ (ସତ୍ୟବ୍ରତ ବେହୁରା): ସପ୍ତଦଶ ଲୋକସଭା ନିର୍ବାଚନର ଅନେକ ପ୍ରସଙ୍ଗ ପ୍ରାର୍ଥୀ ପତ୍ର ଦାଖଲଠାରୁ ଆରମ୍ଭ କରି ଭୋଟ ଗଣତି ଶେଷ ଯାଏଁ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ, ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଏକ ଚାଳ ଛପର ଘରୁ ୬୪ ବର୍ଷୀୟ ଜଣେ ସାଧାରଣ ମଣିଷ କେବଳ ଭାରତ କାହିଁକି, ସାରା ବିଶ୍ୱରେ ଚର୍ଚ୍ଚା ସାଉଁଟିବାରେ ଲାଗିଛନ୍ତି ଏବଂ ଲୋକ ମୁଖରେ ‘ଓଡ଼ିଶାର ମୋଦୀ’ ଆଖ୍ୟା ପାଇଥିବା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରରେ ଦୁଇ ଦୁଇଟି ବିଭାଗର ମନ୍ତ୍ରୀ ପଦ ପାଇବାରେ ସଫଳତା ହାସଲ କରିଛନ୍ତି।

୨୦୧୯ ନିର୍ବାଚନରେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବିଜେପି ପକ୍ଷରୁ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରି ୪,୮୩,୮୫୮ ଖଣ୍ଡ ଭୋଟ ପାଇଛନ୍ତି ଯାହା ୪୧.୭୯ ପ୍ରତିଶତ ଏବଂ ତାଙ୍କ ନିକଟତମ ପ୍ରାର୍ଥୀ ବିଜେଡିର ରବୀନ୍ଦ୍ର କୁମାର ଜେନା ୪,୭୦,୯୦୨ ଖଣ୍ଡ ଭୋଟ ପାଇଛନ୍ତି ଯାହା ୪୦.୬୭ ପ୍ରତିଶତ। ଉଭୟଙ୍କ ମଧ୍ୟରେ ଭୋଟ ବ୍ୟବଧାନ ୧୨,୯୫୬ ଯାହା ୧.୧୨ ପ୍ରତିଶତ ପାର୍ଥକ୍ୟ ଦର୍ଶାଏ। ୨୦୧୪ ଲୋକସଭା ନିର୍ବାଚନ ଫଳାଫଳ ବିଚାରକୁ ନେଲେ ଠିକ ଓଲଟା ପରିସଂଖ୍ୟାନ ମିଳେ। ୨୦୧୪ରେ ବାଲେଶ୍ୱର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର କୁମାର ଜେନା ୪,୩୩,୭୬୮ ଭୋଟ ସହ ବିଜୟୀ ହୋଇଥିବା ବେଳେ ବିଜେପି ପକ୍ଷରୁ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ୨,୯୧,୯୪୩ ଖଣ୍ଡ ଭୋଟ ପାଇଥିଲେ। ସେହି ଆସନରୁ ୧୯୯୮, ୧୯୯୯ ଏବଂ ୨୦୦୪ ଲୋକସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ମହାମେଘବାହନ ଐର ଖାରବେଳ ସ୍ୱାଇଁ ୩ ଥର ଜିତିଥିଲେ ମଧ୍ୟ ୨୦୧୪ରେ ବିଜେଡି ପ୍ରାର୍ଥୀ ଜିତିବା ଓ ପୁନଶ୍ଚ ୨୦୧୯ରେ ବିଜେପି ପ୍ରାର୍ଥୀ ବିଜୟ ଲାଭ କରିବା ‘ପ୍ରାର୍ଥୀ ସପକ୍ଷବାଦୀ ନିର୍ବାଚନ’ ଏବଂ ‘ଦଳ ସପକ୍ଷବାଦୀ ନିର୍ବାଚନ’ ମଧ୍ୟରେ ଏକ ଅସମାହିତ ପ୍ରଶ୍ନବାଚୀ ସୃଷ୍ଟି କରିଛି।

- Advertisement -

ବାଇସାଇକେଲରେ ନିର୍ବାଚନ ପ୍ରଚାର କରିଥିବା ପ୍ରତାପ ଷଡ଼ଙ୍ଗୀ ତାଙ୍କ ସତ୍ୟପାଠରେ ଦର୍ଶାଇଥିବା ତଥ୍ୟ ଅନୁଯାୟୀ ମାତ୍ର ୧୫ ହଜାର ଟଙ୍କା ମୂଳ ପୁଞ୍ଜି ସହ ସେ ବିଶ୍ୱର ଅତ୍ୟଧିକ ବ୍ୟୟ ବହୁଳ ନିର୍ବାଚନକୁ ଆପଣେଇ ଥିଲେ ଯେତେବେଳେ କି ଲୋକସଭା ନିର୍ବାଚନ ଲଢ଼ୁଥିବା ଯେ କୌଣସି ପ୍ରାର୍ଥୀଙ୍କର ପାଖାପାଖି ସମ୍ପତ୍ତି ମୂଲ୍ୟ ୪ କୋଟି ହେବ, କିନ୍ତୁ ପ୍ରତାପ ଷଡ଼ଙ୍ଗୀ ମୋଟ ସମ୍ପତ୍ତି ପରିମାଣ ମାତ୍ର ୧୫ ଲକ୍ଷ।

ମୋଦୀ ଲହର ୨୦୧୯ ଭଳି ୨୦୧୪ରେ ଥିଲା, ପ୍ରତାପ ଷଡ଼ଙ୍ଗୀଙ୍କ ଜୀବନ ଶୈଳୀରେ ଗତ ୫ବର୍ଷ ମଧ୍ୟରେ ସେମିତି କିଛି ଆଖି ଦୃଶିଆ ପରିବର୍ତ୍ତନ ହୋଇନାହିଁ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ହେଉଛି ଯେ ୨୦୧୪ରେ ମଧ୍ୟ ଲୋକେ ପରିବର୍ତ୍ତନ ଚାହୁଁଥିଲେ। ସେହି ଆସନରୁ ତିନିଥର ବିଜେପି ଜିତିଥିବା ବେଳେ ୨୦୦୯ରେ କଂଗ୍ରେସ ଓ ୨୦୧୪ରେ ବିଜେଡି ଜିତିବା କେଉଁଠି ନା କେଉଁଠି ବିଜେପି ନିଜ ପ୍ରାର୍ଥୀଙ୍କୁ ସଠିକ ଢଙ୍ଗରେ ପ୍ରତିଫଳିତ କରେଇ ନ ପାରିବା ପ୍ରସଙ୍ଗ କିମ୍ବା ଦଳୀୟ କନ୍ଦଳ ଯୋଗୁ ଏଭଳି ଘଟିଥିବା ସ୍ୱୀକାର କରିବାକୁ ପଡିବ।

ତେବେ ସବୁଠାରୁ ଜରୁରୀ ପ୍ରସଙ୍ଗ ହେଉଛି ଯେ ପ୍ରତାପ ଷଡ଼ଙ୍ଗୀଙ୍କ ବିରୁଦ୍ଧରେ ୭ଟି ଅପରାଧିକ ମାମଲା ରହିଛି। ସେ ଦାଖଲ କରିଥିବା ସତ୍ୟପାଠରେ ଏହା ଦର୍ଶାଇଛନ୍ତି। ତାଙ୍କ ନାଁରେ ଅପରାଧିକ ଧମକ ଦେବା, ଦଙ୍ଗା ସୃଷ୍ଟି କରିବା, ଧର୍ମ ଆଧାରରେ ଲୋକମାନଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି କରାଇବା ଓ ସେହିଭଳି ମାମଲା ଥିବା ଅଭିଯୋଗ ରହିଛି। ଏଗୁଡିକ ମଧ୍ୟରୁ ଅନେକ ମାମଲା ଓଡ଼ିଶାରେ ବିଜେପି-ବିଜେଡି ମିଳିତ ସରକାର ଥିବା ସମୟରେ ଘଟିଛି। ସୂଚନା ଯୋଗ୍ୟ, ୨୦୦୨ ମାର୍ଚ୍ଚରେ ପ୍ରତାପ ଷଡ଼ଙ୍ଗୀ ବଜରଙ୍ଗ ଦଳ ଓଡିଶା ଶାଖାର ସଭାପତି ଥିଲେ ଏବଂ ଦଙ୍ଗା ସୃଷ୍ଟି ଅଭିଯୋଗରେ ଗିରଫ ହୋଇଥିଲେ। ଜାନୁଆରୀ ୧୯୯୯ରେ ସେ ଓଡିଶା ବଜରଙ୍ଗ ଦଳ ମୁଖ୍ୟ ଥିଲାବେଳେ ଅଷ୍ଟ୍ରେଲିୟ ମିସନାରୀ ଗ୍ରାହାମ ଷ୍ଟେନ୍ସ ଏବଂ ତାଙ୍କ ଦୁଇ ପୁଅକୁ ଜୀବନ୍ତ ପୋଡିଦିଆଯାଇଥିଲା। ସେତେବେଳେ ପ୍ରତାପ ଷଡ଼ଙ୍ଗୀ ସେହି ଘଟଣାକୁ ତୀବ୍ର ନିନ୍ଦା କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories