www.samajalive.in
Friday, December 12, 2025
26.1 C
Bhubaneswar

ବିଦ୍ୟୁତ୍‍ ମରାମତି ବେଳେ ଅଘଟଣ ; ଖୁଣ୍ଟିରୁ ଖସି କର୍ମଚାରୀ ଗୁରୁତର

ପିପିଲି : ପିପିଲି ପୌରାଞ୍ଚଳରେ ବିଦ୍ୟୁତ୍‍ ମରାମତି କାର୍ଯ୍ୟ ଚାଲିଥିବା ବେଳେ ଶନିବାର ଅପରାହ୍ନରେ ବିଦ୍ୟୁତ୍‍ ଖୁଣ୍ଟିରୁ ତଳକୁ ଖସି ପଡ଼ି ଜଣେ ବିଦ୍ୟୁତ୍‍ କର୍ମଚାରୀ ଗୁରୁତର ହୋଇଛନ୍ତି। ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ପିପିଲି ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପରେ ସେଠାରୁ କ୍ୟାପିଟାଲ ହସ୍‍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଆହତ କର୍ମଚାରୀଙ୍କ ନାମ ପ୍ରବୀର କୁମାର ନାୟକ(୩୦) ହୋଇଥିବା ବେଳେ ସେ ଅନୁଗୁଳ ଜିଲା ଆଠମଲ୍ଲିକ ଅଞ୍ଚଳର ବାସିନ୍ଦା ହୋଇଥିବା ସୂଚନା ମିଳିଛି।
ପିପିଲି ପୌରାଞ୍ଚଳର ବିଦ୍ୟୁତ୍‍ ମରାମତି କାର୍ଯ୍ୟରେ ଏନ୍‍ଜେନ୍‍ ସଂସ୍ଥାର କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି। ଶନିବାର ଅପରାହ୍ନରେ ପିପିଲିଶାସନ ଗ୍ରାମ୍ୟ ଛକ ନିକଟରେ ଥିବା ଏକ ଏଲ୍‍ଟି ଲାଇନ ଖୁଣ୍ଟ ଉପରେ ଚଢି ପ୍ରବୀର ବିଦ୍ୟୁତ୍‍ ମରାମତି କାର୍ଯ୍ୟ କରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ସେହି ସମୟରେ କୌଣସି ଏକ ଘରେ ଜେନେରେଟର ଚାଲୁଥିବା ବେଳେ ଜେନେରେଟର ବ୍ୟାକ୍‍ କରେଣ୍ଟ ସଂସ୍ପର୍ଶରେ ଆସି ପ୍ରବୀର ଖୁଣ୍ଟ ଉପରୁ ତଳକୁ ଖସି ପଡ଼ିଥିବା ସୂଚନା ମିଳିଛି। ରାସ୍ତା ଉପରେ ସେ କଚାଡ଼ି ହୋଇ ପଡିଥିବା ବେଳେ ତାଙ୍କ ମୁଣ୍ଡ ପଛ ପାଖରେ ଗୁରୁତର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଖବର ପାଇ ଏନ୍‍ଜେନ୍‍ ସଂସ୍ଥାର ପିପିଲି ପ୍ରୋଜେକ୍ଟ ହେଡ୍‍ ପାର୍ଥସାରଥୀ ରାଉତ, ଅପରେସନ ହେଡ୍‍ ଶ୍ରୀକାନ୍ତ ପଣ୍ଡା, ପିପିଲି ସେସୁ ଏସ୍‍ଡିଓ ଦୁର୍ଗାପ୍ରସାଦ ଦାଶଙ୍କ ସମେତ ଅନ୍ୟ କର୍ମଚାରୀମାନେ ତାଙ୍କୁ ତୁରନ୍ତ ପିପିଲି ଡ଼ାକ୍ରେତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କ୍ୟାପିଟାଲ ହସ୍‍ପିଟାଲ୍‍କୁ ସ୍ଥାନାନ୍ତର କରାଯାଇଥିଲା। ପରେ ସେଠାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍‍ପିଟାଲ୍‍କୁ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଉଛି। ଏସମ୍ପର୍କରେ ଖବର ପାଇ ଏନ୍‍ଜେନ୍‍ ସଂସ୍ଥାର ଆଡ୍‍ମିନ ଓ ଏଚ୍‍ଆର୍‍ ସେଠାରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଅବଗତ ହେବା ସହ ଚିକିତ୍ସା ବ୍ୟବସ୍ଥାର ତଦାରଖ ଚଳାଇଥିବା ସୂଚନା ମିଳିଛି। ଏହି ଅଘଟଣକୁ ନେଇ ଏନ୍‍ଜେନ୍‍ ସଂସ୍ଥାର କର୍ମଚାରୀଙ୍କ ସମେତ ବିଦ୍ୟୁତ୍‍ ମରାମତି କାର୍ଯ୍ୟରେ ନିୟୋଜିତ ବିଭିନ୍ନ ସଂସ୍ଥାର କର୍ମଚାରୀ ଓ ଅଧିକାରୀଙ୍କ ମହଲରେ ପ୍ରତିକ୍ରୀୟା ପ୍ରକାଶ ପାଇଛି। ପୂର୍ବରୁ ପୁରୀରେ ଏଭଳି ଅଘଟଣ ଘଟିଥିବା ବେଳେ ବିଦ୍ୟୁତ୍‍ ମରାମତି ସମୟରେ ଜେନେରେଟର ନଚଳାଇବା ପାଇଁ ଜନସାଧାରଣଙ୍କୁ ପ୍ରଶାସନ ଓ ବିଦ୍ୟୁତ୍‍ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଥିଲା। ଏସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସତ୍ତ୍ବେ ଶନିବାର ପିପିଲିର ଏହି ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି। ବିଦ୍ୟୁତ୍‍ କର୍ମଚାରୀ ଓ ଅଞ୍ଚଳବାସୀଙ୍କ ପକ୍ଷରୁ ଆହତ ପ୍ରବୀରଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories