www.samajalive.in
Friday, December 12, 2025
27.1 C
Bhubaneswar

ବେଆଇନ ନିଯୁକ୍ତିର ଗୁମର ଖୋଲିଲେ ସିଡିଏମଓ

ବଲାଙ୍ଗୀର : ବଲାଙ୍ଗୀର ଜିଲା ସ୍ୱାସ୍ଥ୍ୟ ବିଭାଗରେ ବେଆଇନ ଭାବେ ନିଯୁକ୍ତି କରାଯାଇଥିବା ଓ ବିଭିନ୍ନ ବିଭାଗୀୟ ନିଷ୍ପତ୍ତିି ଗ୍ରହଣ କରାଯାଇଥିବା ବର୍ତ୍ତମାନର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ସଂଯୁକ୍ତା ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଯାହା ଜିଲା ସ୍ୱାସ୍ଥ୍ୟ ବିଭାଗ ଦୀର୍ଘ ଦିନ ଧରି ଭୋଗି ଆସୁଛି ସେଥିରେ ପୂର୍ବରୁ ଦାୟିତ୍ୱରେ ଥିବା ଅଧିକାରୀ ଓ କିଛି ବିଭାଗୀୟ କର୍ମଚାରୀ ସଂପୃକ୍ତ ଥିବା ସେ କହିଛନ୍ତି। ଫାଇଲ ଗୁଡିକ ତନଖି କଲା ବେଳେ ସେ ସବୁ ବାହାରୁଥିବା ବେଳେ ଦୋଷୀ ଅଧିକାରୀ, କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡା. ସାହୁ କହିଛନ୍ତି।
ସୂଚନା ଅନୁସାରେ, ବଲାଙ୍ଗୀର ସନ୍ଥ ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ରୋଗୀ କଲ୍ୟାଣ ସମିତି ଯୋଜନା ମାଧ୍ୟମରେ କାର୍ଯ୍ୟରତ ଥିବା ୨୨ ଜଣ କର୍ମଚାରୀଙ୍କୁ ୨ ଦିନ ତଳେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ସାହୁ ଛଟେଇ କରିଛନ୍ତି। ଏହାର ପ୍ରତିବାଦରେ ଗତକାଲି ଛଟେଇ କର୍ମଚାରୀମାନେ ସିଡିଏମଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ଦାବିପତ୍ର ପ୍ରଦାନ କରିଥିଲେ। ବଲାଙ୍ଗୀର ଜିଲା ମୁଖ୍ୟ ଚିକିତ୍ସାଳୟରେ ଗତ ୧୦ ବର୍ଷ ତଲେ ଡ୍ରାଇଭର, ସହାୟକ ଭଳି ବିଭିନ୍ନ ପଦପଦବୀରେ ୨୨ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା। ଏହି ନିଯୁକ୍ତି ହୋଇଥିବା ପଦବୀ ପାଇଁ ଠିକ ସମୟରେ ରିନୁଆଲ ହୋଇନଥିବା ବେଳେ ବେଆଇନ ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏପରିକି ବିଭାଗୀୟ ସରକାରୀ ଅଧିକାରୀ ସେମାନଙ୍କୁ ପୂର୍ବରୁ ସୂଚନା ଦେବା କଥା। କିନ୍ତୁ ମୂଳରୁ ହିଁ ସେମାନଙ୍କୁ କାମ ଅନୁସାରେ ଦରମା ଦିଆଯାଇ ଆସୁଥିଲା। ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ସମିତିର ସ୍କିମରେ କାମ କରୁଥିବା ଡ୍ରାଇଭରମାନଙ୍କୁ ରେଗୁଲାର କରିବା ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କିଛି ବର୍ଷ ତଳେ ଚିଠି ଆସିଥିଲେ ମଧ୍ୟ ସେ ସମୟର ସିଡିଏମଓ ରେଗୁଲାର କଲେ ନାହିଁ। ଯାହା ଫଳରେ ଅନେକ ଆମ୍ବୁଲାନ୍ସ ଡ୍ରାଇଭର ବର୍ତ୍ତମାନ ଛଟେଇର ଶିକାର ହୋଇଛନ୍ତି। ସେହିପରି ୧୦/୧୨ ବର୍ଷ କାମ କରିସାରିଥିବା କର୍ମଚାରୀମାନଙ୍କୁ ଅନ୍ଧାରରେ ରଖାଗଲା କାହିଁକି ବୋଲି ପ୍ରଶ୍ନ କରିଛନ୍ତି। ଏତେ ବର୍ଷ ଧରି ପୂର୍ବ ସିଡିଏମଓ ମାନେ ଜାଣି ସୁଦ୍ଧା କାହିଁକି ଠିକ ସମୟରେ ଠିକ ନିଷ୍ପତ୍ତିି ନେଲେ ନାହିଁ, ଯାହା ଫଳରେ ଆଜି ସେମାନଙ୍କ ରୋଜଗାର ପନ୍ଥା ବନ୍ଦ ହୋଇଯିବ ବୋଲି ଚିନ୍ତାରେ ରହିଛନ୍ତି। କିଛି ବର୍ଷ ହେଲା ଆଉଟ ସୋରସିଂରୁ ହିଁ ନିଯୁକ୍ତି କରାଯାଉଛି। ଯେଉଁ କମ୍ପାନୀ ନିଯୁକ୍ତି ଦାୟିତ୍ୱ ନେବ ତାର ସମୟସୀମା ମାତ୍ର ବର୍ଷେ। ଚାକିରୀ ତଥା ନିଯୁକ୍ତି ସୃଷ୍ଟିର ଅଭାବ ଯୋଗୁଁ ବେକାରୀ ସଂଖ୍ୟା ବଢୁଥିବା ବେଳେ କାମଧନ୍ଦା ଆଶାରେ ଲକ୍ଷାଧିକ ଟଙ୍କା ଦେଇ ଚାକିରୀ କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ସ୍ୱାସ୍ଥ୍ୟ ବିଭାଗରେ ଏଭଳି ଠକେଇରୁ ଦୂରେଇ ରହିବାକୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସାହୁ ପରାମର୍ଶ ଦେଇଛନ୍ତି।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories