www.samajalive.in
Thursday, December 11, 2025
16.1 C
Bhubaneswar

ନିମନ୍ତ୍ରଣ ସତ୍ତ୍ବେ ଶପଥଗ୍ରହଣ ସମାରୋହରେ ଯୋଗ ଦେଲେନି ଏହି ବଲିଉଡ଼ ଷ୍ଟାର

ମୁମ୍ବଇ : ଲୋକସଭା ନିର୍ବାଚନରେ ପ୍ରଚଣ୍ଡଭାବେ ବିଜୟୀ ହେବାପରେ ଗୁରୁବାର ମୋଦୀ ସରକାରଙ୍କ ମନ୍ତ୍ରୀମଣ୍ଡଳ ଶପଥଗ୍ରହଣ ଉତ୍ସବ ରାଷ୍ଟ୍ରପତି ଭବନ ପରିସରରେ ଅନୁଷ୍ଠିତ ହୋଇଥିଲା। ଶପଥଗ୍ରହଣ ସମାରୋହ ପାଇଁ ବେଶ୍ ଭବ୍ୟ ଆୟୋଜନ କରଯାଯାଇଥିଲା। ଏଥିରେ ରାଜନେତା, ଉଦ୍ୟୋଗପତି, କ୍ରୀଡ଼ା, ବଲିଉଡ୍ ତଥା ଅନ୍ୟାନ୍ୟ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏଥିରେ ଅନକେ ବଡ଼ ବଡ଼ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ବଲିଉଡ଼ର ଅନେକ ଷ୍ଟାରମାନଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ବଲିଉଡର ନିର୍ଦ୍ଦେଶକ, ପ୍ରଯୋଜକ, ଅଭିନେତା, ଅଭିନେତ୍ରୀ ତଥା ହାସ୍ୟଅଭିନେତା ମଧ୍ୟ ଏଥିରେ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ କଙ୍ଗନା ରାଣାଓ୍ବତ, କରନ୍ ଜୋହର, ଦିବ୍ୟା କୁମାର ଖୋସଲା, ଅନୁପମ ଖେର, ଅନିଲ କପୁର, ରାଜକୁମାର ହିରାନୀ, ଶାହିଦ କପୁର ପ୍ରମୁଖ ରହିଥିଲେ। ଏଥିରେ ଭାରତର ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ପରିବାର ମଧ୍ୟ ଉପସ୍ଥିତ ଥିଲେ। ମାତ୍ର କିଛି ନାମିଦାମୀ କଳାକାରମାନଙ୍କୁ ନିମନ୍ତ୍ରଣ କରାଯାଇଥିବା ସତ୍ତ୍ବେ ସେମାନେ କୌଣସି କାରଣରୁ ଉପସ୍ଥିତ ରହିପାରିନଥିଲେ। ତେବେ ଆସନ୍ତୁ ଜାଣିବା ବଲିଉଡ଼ର କେଉଁ କଳାକାରମାନେ ଶପଥଗ୍ରହଣ ସମାରୋହକୁ ଆସିନଥିଲେ।

courtesy-fa9news.com

କମଲ ହାସନ୍- ରାଜନୀତି ଏବଂ ମନୋରଞ୍ଜନ କ୍ଷେତ୍ରରେ ବେଶ୍ ସକ୍ରିୟ ଥିବା କମଲ ହାସନଙ୍କୁ ଶପଥଗ୍ରହଣ ସମାରୋହରେ ନିମନ୍ତ୍ରଣ କରାଯଇଥିଲା। ମାତ୍ର ସେ ଶପଥଗ୍ରାହଣ ସମାରୋହକୁ ଆସିନଥିଲେ। କନ୍ତୁ ରଜନୀକାନ୍ତଙ୍କୁ ନିମନ୍ତ୍ରଣ କରାଯାଇଥିଲା ଏବଂ ସେ ଉପସ୍ଥିତ ଥିଲେ।

- Advertisement -
pic courtesy-bhatkallys.com

ଶାହରୁଖ ଖାନ୍- ବଲିଉଡ଼ କିଙ୍ଗଖାନ ଶାହରୁଖଙ୍କୁ ମଧ୍ୟ ଶପଥଗ୍ରହଣ ସମାରୋହରେ ନିମନ୍ତ୍ରଣ କରାଯାଇଥିଲା। ମାତ୍ର ତାଙ୍କର କୌଣସି ବ୍ୟକ୍ତିଗନ କାରଣରୁ ସେ ପହଞ୍ଚିପାରିନଥିଲେ।

pic courtesy-business standard

ସଞ୍ଜୟ ଲୀଲା ଭଂସାଲି- ବଲିଉଡ଼ର ଜଣାଶୁଣା ନିର୍ମାତା ନିର୍ଦେଶକ ସଞ୍ଜୟ ଲୀଲା ଭଂସାଲିଙ୍କୁ ନିମନ୍ତ୍ରଣ ହେବା ସତ୍ତ୍ବେ ସେ ଶପଥଗ୍ରହଣ ସମାରୋହରେ ପହଞ୍ଚି ପାରିନଥିଲେ। କୌଣସି କାର୍ୟ୍ୟବ୍ୟସ୍ତତା ହେତ ସେ ପହଞ୍ଚି ପାରିନଥିବା ଜରାପଡ଼ିଛି। କିନ୍ତୁ କରଣ ଜୋହର ଓ ଆନନ୍ଦ ଏଲ ରୟ ଉପସ୍ଥିତ ଥିଲେ।

pic courtesy-stars unfolded

ସଲମାନ ଖାନ- ବଲିଉଡ଼ ଭାଇଜାନ ସଲମାନଙ୍କୁ ମଧ୍ୟ ଶପଥଗ୍ରହଣ ସମାରୋହରେ ନିମନ୍ତ୍ରଣ କରାଯାଇଥିଲା। ମାତ୍ର ସେ ପହଞ୍ଚି ନଥିଲେ। ସୂଚନା ମୁତାବକ, ସେ ଅଜୟ ଦେବଗନଙ୍କ ପିତା ବୀରୁ ଦେବଗନଙ୍କ ଶୋକସଭାରେ ସାମିଲ ହେବା କାରଣରୁ ସେ ଦିଲ୍ଲୀ ପହଞ୍ଚି ପାରିନଥିଲେ।

pic courtesy-wiki folder

କାଜଲ ଅଗ୍ରୱାଲ – କାଜଲ ଅଗ୍ରୱାଲ ମଧ୍ୟ ଶପଥଗ୍ରହଣ ସମାରୋହରେ ଆସି ପାରିନଥିଲେ। ତାଙ୍କୁ ନିମନ୍ତ୍ରଣ କରାଯାଇଥିବା ସେତ୍ତ୍ବେ ସେ ପହଞ୍ଚି ନଥିବା ଇନଷ୍ଟାଗ୍ରାମରେ ସୂଚନା ଦେଇଥିଲେ। ସେ ନିଜ ଇନଷ୍ଟାଗ୍ରାମରେ ନିମନ୍ତ୍ରଣ ପତ୍ର ସେୟାର କରିଛନ୍ତି। ତାଙ୍କ ପାଖକୁ ବିଳମ୍ବରେ ନିମନ୍ତ୍ରଣ ପତ୍ର ପହଞ୍ଚିବାରୁ ସେ ହଠାତ୍ ଦିଲ୍ଲୀ ଆସିପାରିନଥିବା କଥା କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories