www.samajalive.in
Friday, December 12, 2025
16.1 C
Bhubaneswar

ଜଟଣୀ ଫ୍ଲାଏ ଓଭରବ୍ରିଜ ନିର୍ମାଣର ଶୁଭାରମ୍ଭ କଲେ ବିଧାୟକ

ଜଟଣୀ: ଜଟଣୀ ନିର୍ବାଚନ ମଣ୍ଡଳୀର ନାଵ ନିର୍ବାଚିତ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଜଟଣୀର ବହୁ ପ୍ରତିକ୍ଷିତ ରେଳବାଇ ଫ୍ଲାଏଓଭର୍‍ ବ୍ରିଜ୍‍ ନିର୍ମାଣ ପାଇଁ ଶୁଭ ଦେଇଛନ୍ତି। ଖୋର୍ଦ୍ଧା-ପିପିଲି ମୁଖ୍ୟ ରାସ୍ତାର କୁଦିଆରି ଅଞ୍ଚଳରେ ୨୦୧୪ ମସିହାରେ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ୫୫ କୋଟି ଟଙ୍କା ବ୍ୟୟ ବରାଦରେ ରେଳବିଭାଗ ଓ ପୂର୍ତ୍ତ ବିଭାଗର ମିଳିତରେ ଫ୍ଲାଏଓଭର୍‍ ବ୍ରିଜ୍‍ ନିର୍ମାଣ କାର୍ଯ୍ୟା ଆରମ୍ଭ ହୋଇଥିଲା। ମାତ୍ର ବହୁ ବାଦବିବାଦ ମଧ୍ୟରେ ନିର୍ମାଣ କାର୍ଯ୍ୟ ସ୍ଥଗିତ ହୋଇଥିଲା। ପରେ ଦୁଇ ଦୁଇ ଥର ଟେଣ୍ଡର୍‍ ସରିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହି ସମୟ ମଧ୍ୟରେ ଫ୍ଲାଏଓଭର୍‍ ବ୍ରିଜ୍‍ ତଳେ ୬ଟିରୁ ଅଧିକ ଜୀବନ ମଧ୍ୟ ଯାଇଛି।

ଏହି ବ୍ରିଜ୍‍ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ ଜଟଣୀବାସୀ ନୂତନ ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ନିବେଦନ କରିଥିଲେ। ତେଣୁ ବିଧାୟକ ବୁଧବାର ପୁର୍ବାହ୍ନରେ ହୋମଯଜ୍ଞ କରି ପୋଲ ନିର୍ମାଣର ଶୁଭ ଦେଇଥିଲେ। କାର୍ଯ୍ୟକ୍ରମରେ ଠିକା ସଂସ୍ଥାର ଯନ୍ତ୍ରୀମାନଙ୍କ ସହିତ ପୁର୍ତବିଭାଗ ଏସ୍‍.ଡି.ଓ ବି.ସି. ପ୍ରଧାନ ଯୋଗ ଦେଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories