www.samajalive.in
Monday, December 8, 2025
27.1 C
Bhubaneswar

ନାବାଳିକା ଅପହରଣ ମାମଲାରେ ସମିତି ସଭ୍ୟ ଗିରଫ

ବଲାଙ୍ଗୀର : ନାବାଳିକା ଅପହରଣ ମାମଲାରେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସରଗାଡ ପଞ୍ଚାୟତ ସମିତି ସଭ୍ୟ ଗିରଫ ହେବା ଘଟଣା ଆଲୋଚନାର ବିଷୟ ପାଲଟିଛି। ଗତ ନଭେମ୍ବରରୁ ଅପହରଣ ହୋଇଥିବା ସରଗାଡ ଅଞ୍ଚଳର ଏକ ନାବାଳିକାକୁ ପୁଲିସ ଗୁରୁବାର ସମ୍ବଲପୁରରୁ ଉଦ୍ଧାର କରିଥିବା ଜଣାପଡିଛି। ନାବାଳିକା ସହିତ ଉକ୍ତ ସମିତି ସଭ୍ୟଙ୍କ ପ୍ରେମ ଥିବାରୁ ସେ ତାଙ୍କୁ ଘରୁ ନେଇ ସମ୍ବଲପୁରରୁ ରଖିଥିବା ପୁଲିସ ସୂଚନା ପାଇଛି। ଏହା ସହିତ ନାବାଳିକା ଜଣକ ଗର୍ଭବତୀ ଥିବା ନେଇ ମଧ୍ୟ ପୁଲିସ ସୂଚନା ଦେଇଛି।
ସୂଚନା ଅନୁସାରେ, ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ତଥା ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସରଗାଡ ପଞ୍ଚାୟତ ସମିତି ସଭ୍ୟ ହେଉଛନ୍ତି ରାଜେଶ ବାରଲେଣ୍ଡିଆ। ସେହି ଗାଁର ଜନୈକା ନାବାଳିକା ସହିତ ରାଜେଶଙ୍କ ପ୍ରେମ ସମ୍ପର୍କ ରହିଥିଲା। ରାଜେଶ ଗତ ୨୦୧୮ ନଭେମ୍ବର ମାସରେ ଉକ୍ତ ନାବାଳିକାକୁ ନେଇ ଫେରାର ମାରିଥିଲା। ସେହି ସମୟରେ ନାବାଳିକାଙ୍କ ବାପା ତାଙ୍କ ଝିଅକୁ କେହି ଜଣେ ଘରୁ ଉଠାଇନେଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ବଲାଙ୍ଗୀର ସଦର ଥାନାରେ କେସନଂ ୨୨୫/୨୦୧୮ ଏକ ମାମଲା ରୁଜୁ କରାଯାଇ ଘଟଣା ତଦନ୍ତାଧୀନ ରହିଥିଲା। ଦୀର୍ଘ ମାସ ଧରି ଝିଅର କୈାଣସି ପତା ମିଲୁନଥିବାରୁ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। ଏନେଇ ପୁଲିସକୁ ମଧ୍ୟ ବିଭିନ୍ନ ପକ୍ଷରୁ ଚାପ ପଡୁଥିଲା। ତେବେ ପୁଲିସର ତଦନ୍ତ ସମୟରେ ସରଗାଡ ପଞ୍ଚାୟତ ସମିତି ସଭ୍ୟ ରାଜେଶ ଉକ୍ତ ନାବାଳିକାକୁ ଅପହରଣ କରିନେଇ ସମ୍ବଲପୁରରେ ରହୁଥିବା ଜାଣିବାକୁ ପାଇଥିଲା। ସୂଚନା ପାଇ ମାଗୁରବେଡା ଫାଣ୍ଡି ଅଧିକାରୀ ନାବାଳିକା ରହୁଥିବା ସ୍ଥାନରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିବା ସହିତ ରାଜେଶଙ୍କୁ ଗିରଫ କରିଥିଲେ। ନାବାଳିକାର ଡାକ୍ତରୀ ଯାଞ୍ଚ ସମୟରେ ସେ ଗର୍ଭବତୀ ଥିବା ପୁଲିସ ଜାଣିବାକୁ ପାଇଛି। ଉଭୟଙ୍କ ଡାକ୍ତରୀ ମଇନା ସମ୍ପୂର୍ଣ୍ଣର୍ ହୋଇଥିବା ବେଳେ ନାବାଳିକାଙ୍କ ବୟାନ ରେକର୍ଡ ମଧ୍ୟ ସରିଛି। ଏହି ଘଟଣାରେ ସଂପୃକ୍ତ ଥିବା ସମିତି ସଭ୍ୟ ରାଜେଶକୁ ପୁଲିସ ଗିରଫ କରିବା ସହିତ କୋର୍ଟଚାଲାଣ କରିଛି। ନିଜ ନାବାଳିକା ଝିଅକୁ ଲୋଭ ଦେଖାଇ ଅପହରଣ କରିବା ସହିତ ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରି ଜୀବନକୁ ନଷ୍ଟ କରିଦେଇଥିବା ସମିତି ସଭ୍ୟଙ୍କ ବିରୁଦ୍ଧରେ ପୁଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତାଙ୍କ ପରିବାର ଲୋକେ ଦାବି କରିଛନ୍ତି। କିନ୍ତୁ ଅପହରଣ ି ଅଭିଯୁକ୍ତ ସମିତି ସଭ୍ୟ ଅଭିଯୋଗକୁ ଖଣ୍ଡନ କରିଛି। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କର୍ ରହିଥିଲା ଓ ନାବାଳିକାର ଜାଣତରେ ସେମାନେ ଘରୁ ଚାଲିଯାଇଥିବା କହିଛନ୍ତି। ତେବେ ୬ ମାସ ପୂର୍ବରୁ ଏହି ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଥିବା ବେଳେ ଉଭୟ ନାବାଳିକା ଓ ଅପହରଣ କରିଥିବା ଯୁବକକୁ ସମ୍ବଲପୁରରୁ ଉଦ୍ଧାର କରାଯାଇଛି। ଆଇନ ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ବେଳେ ନାବାଳିକାଙ୍କୁ ପରିବାର ଲୋକଙ୍କ ହସ୍ତାନ୍ତର କରାଯାଇଥିବା ସଦର ଥାନା ଅଧିକାରୀ ଯୋଗେଶ୍ୱର ପଣ୍ଡା କହିଛନ୍ତି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories