ମେଟ୍ରୋ ଟ୍ରାଫିକ୍‍ ଯୋଗୁଁ୧.୪୭ ଲକ୍ଷ କୋଟି କ୍ଷତି

0

ନୂଆଦିଲ୍ଲୀ: ଦେଶର ଚାରିଟି ମେଟ୍ରୋ ସହର ଦିଲ୍ଲୀ, ମୁମ୍ବଇ, ବେଙ୍ଗାଲୁରୁ ଓ କୋଲ୍‍କାତାରେ ଟ୍ରାଫିକ୍‍ ଭିଡ଼ ଯୋଗୁଁ ବାର୍ଷିକ ୧ ଲକ୍ଷ ୪୭ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି। ସକାଳ ୭ଟାରୁ ୯ଟା ଓ ସନ୍ଧ୍ୟା ୬ଟାରୁ ୮ଟା ପର୍ଯ୍ୟନ୍ତ ଟ୍ରାଫିକ୍‍ ଭିଡ଼ ଯୋଗୁଁ ଏହି କ୍ଷତି ହେଉଛି। ଟ୍ରାଫିକ୍‍ କ୍ଷେତ୍ରରେ କୋଲକତାର ସ୍ଥିତି ସବୁଠାରୁ ଦୟନୀୟ ଥିବା ବେଳେ ତା ପଛକୁ ବେଙ୍ଗାଲୁରୁ ରହିଛି। ଦିଲ୍ଲୀରେ ସବୁଠାରୁ ଅଧିକ ଗାଡ଼ି ଚଳାଚଳ କରୁଥିଲେ ହେଁ ସେଠାରେ ଉନ୍ନତ ଓ ବ୍ୟବସ୍ଥିତ ସଡ଼କ ଯୋଜନା ଯୋଗୁଁ ଟ୍ରାଫିକ୍‍ ନିୟନ୍ତ୍ରଣ କ୍ଷେତ୍ରରେ ଅନ୍ୟ ତିନି ସହର ତୁଳନାରେ ସବୁଠାରୁ ଉଚ୍ଚରେ ରହିଛି। ଦିଲ୍ଳୀର ମୋଟ ୧୨% ଅଞ୍ଚଳରେ ସଡ଼କ ପରିବ୍ୟାପ୍ତ ରହିଥିବା ବେଳେ କୋଲକତାରେ ୬% ଅଞ୍ଚଳରେ ଏହା ସୀମିତ ରହିଛି। ଦିଲ୍ଲୀରେ ୪୫% ଓ ବେଙ୍ଗାଲୁରୁର ବ୍ୟକ୍ତିଗତ ଗାଡ଼ି ବ୍ୟବହାର କରୁଛନ୍ତି।

Leave A Reply